ଓଡିଶା

odisha

ETV Bharat / bharat

କୋଭିଡରେ ଲ୍ୟାବ ଟେକ୍ନିସିଆନଙ୍କ ମୃତ୍ୟୁ, 1 କୋଟି ସହାୟତା ଦେଲେ ଦିଲ୍ଲୀ ସରକାର - କୋଭିଡ ଆକ୍ରାନ୍ତ

ଦିଲ୍ଲୀରେ କୋଭିଡରେ ପ୍ରାଣ ହରାଇଥିବା ଲ୍ୟାବ ଟେକ୍ନିସିଆନଙ୍କୁ 1 କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

କୋଭିଡରେ ଲ୍ୟାବ ଟେକ୍ନିସିଆନଙ୍କ ମୃତ୍ୟୁ, 1 କୋଟି ଯୋଗାଇଲେ ଦିଲ୍ଲୀ ସରକାର
କୋଭିଡରେ ଲ୍ୟାବ ଟେକ୍ନିସିଆନଙ୍କ ମୃତ୍ୟୁ, 1 କୋଟି ଯୋଗାଇଲେ ଦିଲ୍ଲୀ ସରକାର

By

Published : Jun 7, 2021, 10:51 AM IST

ନୂଆଦିଲ୍ଲୀ:ରାଜଧାନୀର ନଜଫଗଡ ଅଞ୍ଚଳରେ ଜଣେ କୋଭିଡ ଯୋଦ୍ଧା ତଥା ଲ୍ୟାବ ଟେକ୍ନିସିଆନଙ୍କ କୋଭିଡରେ ମୃତ୍ୟୁ ଘଟିଛି । ଦିଲ୍ଲୀ ରାଜସ୍ବ ମନ୍ତ୍ରୀ କୈଳାଶ ଗେହଲଟ ମୃତ କୋଭିଡ଼ ଯୋଦ୍ଧାଙ୍କ ପରିବାରକୁ 1 କୋଟି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଜଗ ପ୍ରବେଶ ଦଗାର ଚୌଧୁରୀ ବ୍ରାହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନ ଲୋବ୍ରୋଟୋରୀରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଗତବର୍ଷ ଜୁନ ମାସରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିଲେ । ତାଙ୍କ ପରିବାରରେ ପତ୍ନୀଙ୍କ ସମେତ 2 ଜଣ ସନ୍ତାନ ଅଛନ୍ତି । ଦଗାର 2012 ମସିହାରେ ଚୁକ୍ତିଭିତ୍ତିକ ଆଧାରରେ ଟେକ୍ନିସିଆନ ଭାବେ ଲ୍ୟାବରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଥିଲେ । କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା କୋଭିଡ ଯୋଦ୍ଧାଙ୍କୁ ଦିଲ୍ଲୀ ସରକାର 1 କୋଟି ସହାୟତା ରାଶି ଯୋଗାଇବେ ବୋଲି ଗତବର୍ଷ ଘୋଷଣା କରିଥିଲେ ।

ଦଗାରଙ୍କ ପିତା ବଲଜିତ ସିଂ ସରକାରଙ୍କଠାରୁ ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଥିଲେ । ଭବିଷ୍ୟତରେ କୌଣସି କ୍ଷେତ୍ରରେ ଆବଶ୍ୟକ ପଡିଲେ ସରକାର ତାଙ୍କୁ ସହଯୋଗ କରିବେ ବୋଲି ମନ୍ତ୍ରୀ ଗେହଲଟ ପରିବାରକୁ କହିଛନ୍ତି । ଏହି ଅର୍ଥରାଶି ପ୍ରଦାନ ସମୟରେ ମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା କୋଭିଡ ଯୋଦ୍ଧାଙ୍କୁ ନେଇ ସରକାର ଗର୍ବ ଅନୁଭବ କରୁଛନ୍ତି । ତେବେ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦିଲ୍ଲୀକୁ ମହାମାରୀ ବିରୋଧରେ ଲଢେଇରେ ସଫଳତା ଦେଇଛି । ଏହି କୋରୋନା ଯୋଦ୍ଧାଙ୍କ ପରିବାରକୁ ସରକାର ଆଶୀର୍ବାଦ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

@ANI

ABOUT THE AUTHOR

...view details