ଓଡିଶା

odisha

ETV Bharat / bharat

ଗୁରୁଦିବସରେ ଗୁରୁଙ୍କୁ ଭେଟି: ବିଦେଶରେ ପଢିଲେ ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର

ଗୁରୁ ଦିବସରେ ଶିକ୍ଷକଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର । ବିଶ୍ବର କୌଣସି ସ୍ଥାନକୁ ଶିକ୍ଷା ଗ୍ରହଣ ପାଇଁ ଯାଉଥିବା ଶିକ୍ଷକଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର। ଅଧିକ ପଢନ୍ତୁ...

ଗୁରୁଦିବସରେ ଶିକ୍ଷକଙ୍କୁ ଦିଲ୍ଲୀ ସରକାରଙ୍କ ବଡ ବଡ ଉପହାର
ଗୁରୁଦିବସରେ ଶିକ୍ଷକଙ୍କୁ ଦିଲ୍ଲୀ ସରକାରଙ୍କ ବଡ ବଡ ଉପହାର

By

Published : Sep 6, 2021, 6:22 AM IST

ନୂଆଦିଲ୍ଲୀ: ଗୁରୁଦିବସରେ ଶିକ୍ଷକଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର । ବିଶ୍ବର କୌଣସି ସ୍ଥାନକୁ ଶିକ୍ଷା ଗ୍ରହଣ ପାଇଁ ଯାଉଥିବା ଶିକ୍ଷକଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର । ଏନେଇ ରବିବାର ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ ଘୋଷଣା କରିଛନ୍ତି ।

ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷା ମନିଷ ସିସୋଦିଆ କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହି ସମୟରେ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଶିକ୍ଷକମାନଙ୍କୁ ଉପହାର ଦେବାବେଳେ କହିଥିଲେ ଯେ ଯଦି ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କୌଣସି ଶିକ୍ଷକ ବିଶ୍ବର ଶ୍ରେଷ୍ଠ 100 ବିଶ୍ବବିଦ୍ୟାଳୟରେ ପଢିବାକୁ ଚାହାଁନ୍ତି, ତା’ହେଲେ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ସେଠାରେ ଆଡମିଶନ କରି ପାରିବେ ।

ଏନେଇ ଦିଲ୍ଲୀ ସରକାର ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏଥି ସହିତ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଗତ ପାଞ୍ଚ-ଛଅ ବର୍ଷ ମଧ୍ୟରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କୁ କେମ୍ବ୍ରିଜ, ଫିନଲ୍ୟାଣ୍ଡ, ସିଙ୍ଗାପୁର ଏବଂ ଆମେରିକାକୁ ତାଲିମ ପାଇଁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details