ଓଡିଶା

odisha

By

Published : May 6, 2021, 11:36 AM IST

ETV Bharat / bharat

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତି, ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ତର

ମହାମାରୀ ବେଳେ ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତି । ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ତର । ଅଧିକ ପଢନ୍ତୁ...

Delhi Government says all persons requiring oxygen for home isolation can apply  with a valid photo ID, Aadhaar card details and COVID positive report
ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତି, ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ତର

ନୂଆଦିଲ୍ଲୀ: ଦେଶରେ ତାଣ୍ତବ ରଚୁଛି ମହାମାରୀ । ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ଅକ୍ସିଜେନ ଅଭାବ ପାଇଁ ପ୍ରତିଦିନ ଏକାଧିକ ରୋଗୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଲାଗି ରହିଛି । ଏନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ ସିଲିଣ୍ତର ଦିଲ୍ଲୀକୁ ଯୋଗାଣ ଆରମ୍ଭ ହୋଇଛି ।

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତି, ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ତର

ମହାମାରୀ ଭିତରେ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ହୋମ ଆଇସୋଲେସନରେ ରହି ଚିକିତ୍ସା ହେଉଥିବା କୋରୋନା ରୋଗୀଙ୍କୁ ଆଉ ରହିବନି ଅକ୍ସିଜେନ ଅଭାବ । କି ସେମାନେ ଆଉ ଅକ୍ସିଜେନ ପାଇଁ କୋଭିଡ ମେଡିକାଲକୁ ଯିବାକୁ ପଡିବ ନାହିଁ । ଏନେଇ ଅରବିନ୍ଦ କେଜ୍ରିଓ୍ବାଲ ଏକ ଆପ ବିକଶିତ କରିଛନ୍ତି । ସେହି ଆପରେ ସଂକ୍ରମିତ ବ୍ୟକ୍ତି ନିଜ ପଜିଟିଭି ରିପୋର୍ଟ , ଏକ ଫଟୋ ଓ ଆଧାର କାର୍ଡ ମାଧ୍ୟମରେ ରେଜିଷ୍ଟ୍ରଷନ କଲେ ସୁବିଧାରେ ଘରେ ଅକ୍ସିଜେନ ପହଞ୍ଚି ପାରିବ । ଯାହା କୋରୋନା ରୋଗୀଙ୍କ ଚିକିତ୍ସାରେ ଲାଗିପାରିବ । ଏନେଇ ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

@ANI

ABOUT THE AUTHOR

...view details