ନୂଆଦିଲ୍ଲୀ: ଗାଡି ମାଲିକ ଓ ଚାଳକଙ୍କ ପାଇଁ ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ନିୟମ । ଏଣିକି ଦିଲ୍ଲୀରେ ଯେକୌଣସି ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଦେଖାଇବାକୁ ପଡିବ ପ୍ରଦୂଷଣ ଅଧିନ ନିୟନ୍ତ୍ରଣ ପ୍ରମାଣପତ୍ର( ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ର୍ସାଟିଫିକେଟ୍ ବା PUCC) । ଏହି ନିୟମ ସମସ୍ତ ପମ୍ପରେ ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି ।
ଆଜି ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ଦିଲ୍ଲୀ ସରକାର ସାଧାରଣ ଲୋକଙ୍କ ମତାମତ ନେବେ ବୋଲି କହିଛନ୍ତି । ତେବେ ଏହି ନିୟମ ଲାଗୁ ହେଲେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ କିଛି ମାତ୍ରାରେ ହ୍ରାସ ହୋଇପାରିବ ।