ନୂଆଦିଲ୍ଲୀ :ଏଣିକି ଦିଲ୍ଲୀବାସୀ ଘରେ ବସି ପାଇପାରିବେ ମଦ । ଅନଲାଇନ ଯୋଗେ ହେବ ହୋମ ଡେଲିଭରି । ଏନେଇ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନୂଆ ଏକ୍ସାଇଜ୍ ପଲିସି ଅନ୍ତର୍ଗତ ଅନଲାଇନ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ମଦ ବିତରଣକୁ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି ।
ଦିଲ୍ଲୀବାସୀଙ୍କ ଘରେ ପହଞ୍ଚିବ ମଦ - ଅନଲାଇନ ଯୋଗେ ମିଳିବ ମଦ
ଦିଲ୍ଲୀବାସୀଙ୍କ ଘରେ ପହଞ୍ଚିବ ମଦ । ଏନେଇ ଅନୁମତି ଦେଲେ ସରକାର । ଅଧିକ ପଢନ୍ତୁ...

ଦିଲ୍ଲୀବାସୀଙ୍କ ଘରେ ପଦଞ୍ଚିବ ମଦ
ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶିତ ଦିଲ୍ଲୀ ଏକ୍ସାଇଜ୍ (ସଂଶୋଧନ) ନିୟମ 2021 ଅନୁଯାୟୀ, L-13 ଲାଇସେନ୍ସଧାରୀ କେବଳ ଘରେ ମଦ ପହଞ୍ଚାଇବାକୁ ଅନୁମତି ରହିଛି । ଶିକ୍ଷାନୁଷ୍ଠାନ, କୌଣସି କାର୍ଯ୍ୟାଳୟ ଓ ହଷ୍ଟେଲ ଗୁଡିକରେ ମଦ ଡେଲିଭରି କରାଯିବନି ବୋଲି କହିଛନ୍ତି ସରକାର ।