ନୂଆଦିଲ୍ଲୀ: କୋରୋନା କାଳରେ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଦିଲ୍ଲୀ ସରକାର । ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା 1825 ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହ ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ବିଲ୍ଡିଂ ଓ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡରେ ପଞ୍ଜିକୃତ ହେବା ପାଇଁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ପଞ୍ଜିକରଣ କରିବା ଦ୍ବାରା ଶ୍ରମିକମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ ।
ଆଜି ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପଞ୍ଜିକୃତ ଶ୍ରମିକଙ୍କୁ 10 ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛି ବିଲ୍ଡିଂ ଓ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ । 2018 ମସିହା ସେପ୍ଟେମ୍ବର 30 ମଧ୍ୟରେ ବୋର୍ଡ ଦ୍ବାରା ପଞ୍ଜିକୃତ ହୋଇଥିବା ଶ୍ରମିକମାନେ ଏହି ସହାୟତା ରାଶି ପାଇବାରେ ସମର୍ଥ ହୋଇଛନ୍ତି ।