ଓଡିଶା

odisha

ETV Bharat / bharat

ଆବଶ୍ୟକତାରୁ 4 ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ ସରକାର - ଅକ୍ସିଜେନ ସଙ୍କଟ

ସଙ୍କଟ ସମୟରେ ଅଯଥା ଅମ୍ଳଜାନ ମହଜୁଦ ରଖିବା ନେଇ ଦିଲ୍ଲୀ ସରକାରଙ୍କ ଉପରେ ଲାଗିଛି ଦାଗ । ଜନସାଧାରଣଙ୍କ ଆଖିରେ କଳାପଟି ବାନ୍ଧି କେଜ୍ରିୱାଲ ଚଳାଇଛନ୍ତି ରାଜନୀତି । ଯାହାର ଆଜି ପର୍ଦ୍ଦାଫାସ କରିଛି ଅକ୍ସିଜେନ ଅଡିଟ କମିଟି । ଅଧିକ ପଢନ୍ତୁ...

ଆବଶ୍ୟକତାରୁ 4 ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ ସରକାର
ଆବଶ୍ୟକତାରୁ 4 ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ ସରକାର

By

Published : Jun 25, 2021, 4:06 PM IST

ନୂଆଦିଲ୍ଲୀ: ପ୍ରାଣବାୟୁ ଉପରେ ପଲିଟିକ୍ସ । ସଙ୍କଟ ସମୟରେ ଅଯଥା ଅମ୍ଳଜାନ ମହଜୁଦ ରଖିବା ନେଇ ଦିଲ୍ଲୀ ସରକାରଙ୍କ ଉପରେ ଲାଗିଛି ଦାଗ । ଜନସାଧାରଣଙ୍କ ଆଖିରେ କଳାପଟି ବାନ୍ଧି କେଜ୍ରିୱାଲ ଚଳାଇଛନ୍ତି ରାଜନୀତି । ଯାହାର ଆଜି ପର୍ଦ୍ଦାଫାସ କରିଛି ଅକ୍ସିଜେନ ଅଡିଟ କମିଟି ।

ମହାମାରୀ କୋରୋନାର ଦ୍ବିତୀୟ ଲହରୀରେ ଦିଲ୍ଲୀରେ ଦେଖାଦେଇଥିବା ଅମ୍ଳଜାନ ଅଭାବକୁ ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି ଅକ୍ସିଜେନ ଅଡିଟ କମିଟି । ସଙ୍କଟ ସମୟରେ ଦିଲ୍ଲୀ ସରକାର 4 ଗୁଣ ଅଧିକ ଅକ୍ସିଜେନ ଦାବି କରିଥିବା ରିପୋର୍ଟରୁ ହୋଇଛି ଖୁଲାସା ।

ଦିଲ୍ଲୀ ସରକାରଙ୍କ ଦାବି ଯୋଗୁଁ ଦେଶକୁ କରିବାକୁ ପଡିଛି ଅକ୍ସିଜେନ ସଙ୍କଟର ସାମ୍ନା । ଏପରିକି ଅନେକ ଜାଗାରେ ଅକ୍ସିଜେନର ଉପଯୋଗକୁ ନେଇ ତ୍ରୃଟି ଦେଖାଦେଇଥିବା କହିଛି କମିଟି ।

ରିପୋର୍ଟରେ କୁହାଯାଇଛି ଯେ କମିଟି ଆକ୍ୟୁରେଟ ଆକ୍ସିଜେନ ରିକ୍ବାରମେଣ୍ଟ (Accurate Oxygen Requirement) ପାଇଁ ଗୋଟିଏ ଫର୍ମୁଲା ପ୍ରସ୍ତୁତ କରିଥିଲା । ଏହାକୁ 260 ହସ୍ପିଟାଲକୁ ପଠାଯାଇଥିଲା । ଏହି ଫର୍ମୁଲା ଆଧାରରେ 183 ହସ୍ପିଟାଲର ଡାଟା ଆନାଲାଇଜ କରାଯାଇଛି । ଏଥିରେ ଅନେକ ବଡ ବଡ ହସ୍ପିଟାଲ ସାମିଲ ଥିବା କଥା କହିଛି ରିପୋର୍ଟ ।

ଏହି ଡାଟା ଅନୁଯାୟୀ, ତରଳ ମେଡିକାଲ ଅକ୍ସିଜେନ (Liquefied Medical Oxygen)ର ଉପଯୋଗ ମାମଲାରେ ଏହି 183 ହସ୍ପିଟାଲର ରିପୋର୍ଟରେ 1140 ମେଟ୍ରିକ ଟନ ଉଲ୍ଲେଖ ଥିଲା । ହେଲେ ପ୍ରକୃତରେ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାରେ ଏହି ଡାଟା 209 ମେଟ୍ରିକ ଟନ ରହିଛି ।

ଏହି ରିପୋର୍ଟକୁ ନେଇ କୁହାଯାଇଛି ଯେ ଯଦି ଏଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଫର୍ମୁଲା ଆପଣାଯାଏ, ତେବେ ବାସ୍ତବରେ 289 ମେଟ୍ରିକ ଟନର ଆବଶ୍ୟକତା ପଡିବ । ଆଉ ଯଦି ଦିଲ୍ଲୀ ସରକାରଙ୍କ ଫର୍ମୁଲା ଦେଖାଯାଏ ତେବେ ଏହି ମାତ୍ରା 391 ମେଟ୍ରିକ ଟନ ପହଞ୍ଚିଯିବ । ଦୁଇଟି ଯାକ ଫର୍ମୁଲା ଆବଶ୍ୟକତା ଠାରୁ ଢେର ଅଧିକ ।

କମିଟିର ରିପୋର୍ଟରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ଅଣ ଆଇସିୟୁ ଶଯ୍ୟାରେ ଅମ୍ଳଜାନ ବ୍ୟବହାରର ଫର୍ମୁଲାର ବିଷୟକୁ ମଧ୍ୟ ଆଲୋଚନାର ଆଧାର କରାଯାଇଛି । କୁହାଯାଇଛି ଯେ କମ ଶଯ୍ୟା ଥିବା ସତ୍ତ୍ବେ ଅନେକ ଡାକ୍ତରଖାନା ସେମାନଙ୍କର ବ୍ୟବହାର ଆବଶ୍ୟକତାଠାରୁ ଅଧିକ ବୋଲି ଦର୍ଶାଇଛନ୍ତି | ଉଭୟ ସରକାରଙ୍କ ସୂତ୍ର ସତ୍ତ୍ବେ ଏହି ବ୍ୟବହାର ଆବଶ୍ୟକତାଠାରୁ ଅଧିକ ଅଟେ |

ଅମ୍ଳଜାନକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ପରେ ସୁପ୍ରିମକୋର୍ଟ ଅଡିଟ କମିଟିକୁ ଦିଲ୍ଲୀର ପ୍ରକୃତ ବ୍ୟବହାର ଏବଂ ଆବଶ୍ୟକତା ଅନୁଯାୟୀ ଏହାର ଉପଯୋଗ ପାଇଁ ବିକଳ୍ପ ପରାମର୍ଶ ଦେବାକୁ କହିଥିଲେ। ଏହି କମିଟି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଥିବାବେଳେ ଏଥିରେ ଦିଲ୍ଲୀ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ବହୁ ଡାକ୍ତରଖାନାର ଡାକ୍ତର ଏବଂ ବିଶେଷଜ୍ଞ ସାମିଲଥିଲେ ।

ABOUT THE AUTHOR

...view details