ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର କହିଛନ୍ତି ଯେ, ଦିଲ୍ଲୀ ପ୍ରଶାସନ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ନିମନ୍ତେ ପ୍ରସ୍ତୁତ ହେଉଛି । ଦିଲ୍ଲୀରେ ଟୀକାକରଣ ନିମନ୍ତେ ଦୈନିକ 80,000 ରୁ 85,000 ଡୋଜର ଆବଶ୍ୟକତା ରହିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଦିଲ୍ଲୀ କେନ୍ଦ୍ର ଠାରୁ ପର୍ଯ୍ୟାପ୍ତ ସହଯୋଗ ପାଏ ତେବେ ଆସନ୍ତା 3 ମାସ ମଧ୍ୟରେ ଟୀକାକରଣ ସମାପ୍ତ କରିବା ନିମନ୍ତେ ପାଖାପାଖି 300 ଟୀକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି ।
ବର୍ତ୍ତମାନ ଦିଲ୍ଲୀରେ ପାଖାପାଖି 100 ଟୀକାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଥିବା ବେଳେ ଆଉ 200 କେନ୍ଦ୍ର ଆଗାମୀ କିଛିଦିନ ମଧ୍ୟରେ ସମାପ୍ତ ହୋଇଯିବାର ସମ୍ଭାବନା ରହିଛି । ରାଜଧାନୀରେ ଆଉ 2 କୋଟିରୁ ଅଧିକ ଜନସଂଖ୍ୟା ପାଇଁ ଆଗାମୀ 3 ମାସ ମଧ୍ୟରେ ଦିଲ୍ଲୀ 3 କୋଟି ଟିକା ଆବଶ୍ୟକ କରୁଛି ବୋଲି କେଜିରିଓ୍ବାଲ କହିଛନ୍ତି ।