ଓଡିଶା

odisha

By

Published : Jul 13, 2023, 12:32 PM IST

ETV Bharat / bharat

Delhi Flood: ଉଛୁଳୁଛି ଯମୁନା, ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

ରାଜଧାନୀ ଦିଲ୍ଲୀ ପାଇଁ ବିପଦ ଆଣିଛି ଯୁମନା ପାଣି । ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ସ୍ଥିତି ସମୀକ୍ଷା କରିବା ସହିତ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର ।

Delhi Rain situation
ଦିଲ୍ଲୀରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପାଇଁ ବର୍ଷା ବିପତ୍ତି ଆଣିଛି । ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ । ଦିଲ୍ଲୀରେ ଯମୁନା କୋପ ଦେଖାଇଛି । ଲଗାଣ ବର୍ଷାରେ ଉତ୍ତର ଭାରତଠୁ ନେଇ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହୋଇଛି । ଲଗାତାର ବର୍ଷା କାରଣକୁ ଯମୁନୀ ନଦୀ ଜଳସ୍ତର ବଢିବାରେ ଲାଗିଛି । 45 ବର୍ଷ ରେକର୍ଡ ଭାଙ୍ଗିଛି ଯମୁନା ଜଳସ୍ତର । ବିପଦ ସଙ୍କେତ ଉପରେ ପ୍ରଭାବତି ହେଉଛି ଯମୁନା । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ସାରିଛି । ରାସ୍ତା ଉପର ଅଣ୍ଟାଏ ଅଣ୍ଟାଏ ପାଣି ଚାଲୁଛି । ଏପରି ସ୍ଥିତିର ସମୀକ୍ଷା କରିବା ସହିତ ଦିଲ୍ଲୀରେ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସରକାର ।

ହୁ ହୁ ବଢୁଛି ଯମୁନା ଜଳସ୍ତର । 45 ବର୍ଷର ରେକର୍ଡ ଭାଙ୍ଗି ଯମୁନା ଜଳସ୍ତର ଗତକାଲି 1ଟାଏ ସୁଦ୍ଧା 207.55 ମିଟର ପର୍ଯ୍ୟନ୍ତ ରହି ବିପଦ ସଙ୍କେତ ପାର୍ କରିଥିଲା । ଏହା ପୂର୍ବରୁ 1978ରେ ଯମୁନାର ଜଲସ୍ତର 207.49 ଛୁଇଁଥିଲା । ଆଜି ଜଳସ୍ତର ବୃଦ୍ଧି ପାଇ 208.46 ମିଟର ରହିଛି । ଯମୁନା ନଦୀ ଜଳସ୍ତର ବୃଦ୍ଧି ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯମୁନା ଜଳସ୍ତର ବଢିବା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରଭାବତି ହେଉଛି । ଯେଉଁ ସ୍ଥାନ ଜଳମଗ୍ନ ହୋଇଛି ସେଠାକାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

କେନ୍ଦ୍ର ସହାୟତା ଲୋଡିଲେ କେଜ୍ରିୱାଲ:ଦିଲ୍ଲୀ ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ସେଠାରେ ରହୁଥିବା ଲୋକଙ୍କ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କଠୁ ସହାୟତା ଲୋଡିଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କେଜ୍ରିୱାଲ । ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଥିବାରୁ ସହରରେ ବନ୍ୟାଜଳ ପ୍ରବେଶ କରିଛି । ଦିଲ୍ଲୀର ସ୍ଥିତି ଦେଖି ବନ୍ୟାଜଳ ଛାଡିବାକୁ ହରିୟାଣା ସରକାରଙ୍କୁ ପରାମର୍ଶ ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି କେଜ୍ରିୱାଲ ।

ଏହା ବି ପଢନ୍ତୁ...45ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ଜଳସ୍ତର, କେନ୍ଦ୍ରକୁ ଚିଠି ଲେଖିଲେ କେଜ୍ରିୱାଲ

ଟ୍ରାଫିକ ପ୍ରଭାବିତ: ଯମୁନାରେ ଜଳସ୍ତର ବଢିବା କାରଣରୁ ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଜିଟି କର୍ଣ୍ଣାଲ ରୋଡରେ ଯମୁନା ପାଣି ପ୍ରଭାବିତ ହୋଇଥିବା ଟ୍ରାଫିକ ସମସ୍ୟା ଉପୁଜିଛି । ଗୋଟିଏ ୱେରେ ଗାଡି ଚଳାଚଳ କରୁଛି । ନିଗମ ବୋଧ ଘାଟର ରାଜରାସ୍ତାରେ ପାଣି ପ୍ରଭାବିତ ହେଉଛି । ସମୟ ଯେତିକି ଗଡୁଛି ଯମୁନା ଜଳସ୍ତର ବଢିବାକୁ ଲାଗିଛି । ଆଇଟିଓ ରିଙ୍ଗ ରୋଡରେ ମଧ୍ୟ ବନ୍ୟା ସ୍ଥିତି ଦେଖା ଦେଇଛି ।

ଯମୁନା କୂଳର ଅନେକ ଅଞ୍ଚଳ ଯେପରି ରିଙ୍ଗ ରୋଡ, ରାଜଘାଟ ଓ ଆଇଟିଓ ଯାଏ ପାଣି ପହଞ୍ଚି ସାରିଛି । ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନ ଅଭିମୁଖେ ଯାଇଥିବା ସଡକ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳ ଘରେ ପାଣି ପଶିଛି । ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଆଇପି ଫ୍ଲାଏଓଭର ଓ ଚାନ୍ଦଗୀ ରାମ ଆଖାର ମହାତ୍ମା ଗାନ୍ଧୀ ମାର୍ଗରେ ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଟ୍ରାଫିକ ଆଡଭାଇଜରି ଜାରି ହୋଇଛି ।

ABOUT THE AUTHOR

...view details