ଓଡିଶା

odisha

ETV Bharat / bharat

ସଞ୍ଜୟଙ୍କୁ ମିଳିଲାନି ଆଶ୍ବସ୍ତି, ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି

Delhi excise scam: ଆପ୍‌ ନେତା ସଞ୍ଜୟ ସିଂଙ୍କୁ ମିଳିଲାନି ଆଶ୍ବସ୍ତି । ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କଲେ କୋର୍ଟ । ଅଧିକ ପଢନ୍ତୁ

AAP leader Sanjay Singh
AAP leader Sanjay Singh

By ETV Bharat Odisha Team

Published : Nov 24, 2023, 5:47 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆମ‌ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ପୁଣି ବଢିଲା ଅଡୁଆ । ଶୁକ୍ରବାର ରାଉଜ ଆଭେନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କୋର୍ଟ ସଞ୍ଜୟଙ୍କ ପକ୍ଷରୁ ନିୟମିତ ଜାମିନ ଆବେଦନ ହୋଇଥିବା ବେଳେ ଏହା ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ସେପଟେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଖୁବଶୀଘ୍ର ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ କରିବ ବୋଲି ଆଜି ସୂଚନା ଦେଇଛି ।

ପୂର୍ବରୁ ଅନେକ ଥର ସଞ୍ଜୟଙ୍କୁ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରି ଆସିଛନ୍ତି କୋର୍ଟ । ଗତ ଅକ୍ଟୋବର ୪ ତାରିଖରେ ଇଡି ସଞ୍ଜୟଙ୍କ ବାସଭବନରେ ଏକାଧିକ ଘଣ୍ଟା ଚଢାଉ କରିବା ପରେ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଦର୍ଶାଇ ଗିରଫ କରିଥିଲା । ଏହାପରେ ୫ ତାରିଖରେ ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଥିଲେ । ଏହାପରେ ଅକ୍ଟୋବର ୧୦ ତାରିଖରେ ତାଙ୍କ ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ୧୩ ଯାଏଁ ବୃଦ୍ଧି କରାଯାଇଥିଲା । ପର୍ଯ୍ୟାୟ କ୍ରମେ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।

ଏହା ବି ପଢନ୍ତୁ- Excise policy case: 13 ଯାଏଁ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ସୂଚନା ଥାଉ କି ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏକାଧିକ ପର୍ଯ୍ୟାୟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସିସୋଦିଆ ଏବେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଏପର୍ଯ୍ୟନ୍ତ ଜାମିନ ପାଇବାରେ ସଫଳ ହୋଇପାରି ନାହାନ୍ତି ।

ଏହା ବି ପଢନ୍ତୁ- Delhi Liquor Scam: ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସଞ୍ଜୟ ସିଂ

ତେବେ ଏହି ଗିରଫଦାରୀ ଧାରାରେ ସାମିଲ ହୋଇଥିବା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ହେଉଛନ୍ତି ତୃତୀୟ ବଡ଼ ନେତା । ସେପଟେ ଇଡି ଦାବି କରିଛି ଯେ ଅନେକ ଡିଲରଙ୍କୁ ଲାଭାନ୍ବିତ କରିବା ଲାଗି ଏହି ନେତାମାନେ ଲାଞ୍ଚ ନେଇଛନ୍ତି । ଗିରଫଦାରୀକୁ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ବୋଲି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିସାରିଛନ୍ତି । କେନ୍ଦ୍ର ସରକାର ନିଜ କ୍ଷମତା ଅପବ୍ୟବହାର କରି ବିରୋଧୀଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଉଥିବା କେଜ୍ରିୱାଲ ଅଭିଯୋଗ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details