ଓଡିଶା

odisha

ETV Bharat / bharat

Delhi excise policy scam: ସିସୋଦିଆଙ୍କୁ CBI ସମନ, କାଲି ହେବେ ଜେରା - ସିସୋଦିଆଙ୍କୁ CBI ସମନ

ସିସୋଦିଆଙ୍କୁ CBI ସମନ । ଆସନ୍ତାକାଲି ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ସିସୋଦିଆ (Delhi excise policy scam) । ଗିରଫ ଆଶଙ୍କା କଲା ଦଳ । ଅବକାରୀ ପଲିସି ଦୁର୍ନୀତି ମାମଲାର ତଦନ୍ତ କରୁଛି ସିବିଆଇ । ଅଧିକ ପଢନ୍ତୁ

Delhi excise policy scam: ସିସୋଦିଆଙ୍କୁ CBI ସମନ, କାଲି ହେବେ ଜେରା
Delhi excise policy scam: ସିସୋଦିଆଙ୍କୁ CBI ସମନ, କାଲି ହେବେ ଜେରା

By

Published : Oct 16, 2022, 3:57 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi excise policy scam) ରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସମନ ସର୍ତ୍ତାବଳୀ ଅନୁସାରେ ସିସୋଦିଆ ଆସନ୍ତାକାଲି ( ସୋମବାର) ସଂସ୍ଥାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇପାରନ୍ତି । ତେବେ ନିଜେ ପାଇଥିବା ସମନ ସମ୍ପର୍କରେ ସିସୋଦିଆ ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି ଓ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସିସୋଦିଆ ଟ୍ବିଟରେ କହିଛନ୍ତି, ‘‘ମୋ ବାସଭବନ ସମେତ ଗାଁରେ ଥିବା ଘରେ ପ୍ରାୟ 14 ଘଣ୍ଟା ଧରି ଚଢାଉ କଲେ । ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତଲାସି କଲେ, ତଥାପି କିଛି ମିଳିଲାନାହିଁ । ତଥାପି ମତେ ଜେରା କରିବା ପାଇଁ ସମାନ କରାଯାଇଛି । ମୁଁ ଆସନ୍ତାକାଲି ପୂର୍ବାହ୍ନ 11 ରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ତଦନ୍ତରେ ସମସ୍ତ ସହଯୋଗ କରିବି ।’’

ଏହି ମାମଲାରେ ପ୍ରଥମ ଦିନରୁ ତଦନ୍ତ ପରିସରରେ ରହିଛନ୍ତି AAPର ବରିଷ୍ଠ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅଗଷ୍ଟରେ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଆରମ୍ଭ ହେବା ପରେ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଥିଲା । ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ଥିବା ସିସୋଦିଆ ଅବକାରୀ ବିଭାଗର ଦାୟିତ୍ବରେ ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା କେନ୍ଦ୍ରୀୟ ସଂସ୍ଥା ।

2021 ମଧ୍ୟଭାଗରେ କେଜ୍ରିଓ୍ବାଲ ନେତୃତ୍ବାଧୀନ ସରକାର ନୂତନ ଅବକାରୀ ନୀତି ଲାଗୁ ପାଇଁ ବିଧାନସଭାରେ ବିଲ ପାରିତ କରିଥିଲେ । ତେବେ ଏହି ମାମଲାରେ ଅବକାରୀ ମନ୍ତ୍ରୀ ସିସୋଦିଆଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ମିଶାଇ ମୋଟ 15 ଜଣଙ୍କ ନାମରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାରେ ଅବକାରୀ କମିଶନର ଅରଭା ଗୋପୀକ୍ରିଷ୍ଣା, ଡେପୁଟି କମିଶନର ଆନନ୍ଦ ତିଓ୍ବାରୀ ଓ ସହାୟକ କମିଶନର ପଙ୍କଜ ଭଟ୍ଟନାଗର ମଧ୍ୟ ରହିଛନ୍ତି । ତେବେ ଏହି ମାମଲାରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ଦଳ ବିଜେପିର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହି ଆସୁଛି । ପୂର୍ବରୁ ସିସୋଦିଆଙ୍କ ଘରେ ରେଡ ହୋଇ ସାରିଥିବା ବେଳେ ଆସନ୍ତାକାଲି ପୁଣି ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସିସୋଦିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details