ଓଡିଶା

odisha

ETV Bharat / bharat

Delhi Excise Policy Scam Case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ - ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗ

ଦିଲ୍ଲୀ ଅବକାରୀ ପିଲିସି ଦୁର୍ନୀତି ମାମଲାରେ (Delhi excise policy scam case) 9 ଘଣ୍ଟା ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ । କହିଲେ କୌଣସି ଦୁର୍ନୀତିର ତଦନ୍ତ ନୁହେଁ ବରଂ ଅପରେସନ ଲୋଟସକୁ ସଫଳ କରିବା ପାଇଁ କାମ କରୁଛି ସିବିଆଇ । ଅଧିକ ପଢନ୍ତୁ

Delhi excise policy scam case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ
Delhi excise policy scam case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ

By

Published : Oct 17, 2022, 10:24 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ (Delhi excise policy scam case) ସିବିଆଇରେ ହାଜର ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ୯ ଘଣ୍ଚାର ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ ରେ ହାଜର ହୋଇଥିବା ସିସୋଦିଆଙ୍କୁ ୯ ଘଣ୍ଟା ଘାଣ୍ଟିଛନ୍ତି ସିବିଆଇ ଅଧିକାରୀ । ସଂଧ୍ୟାରେ ତାଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଛି । ତେବେ ସେ ପରବର୍ତ୍ତୀ ସମୟରେ ହାଜର ହେବେ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଜେରାର ସମ୍ମୁଖୀନ ହୋଇ ଫେରିବା ପରେ ସିସୋଦିଆଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସିସୋଦିଆ କହିଛନ୍ତି, ସିବିଆଇ କାର୍ଯ୍ୟାଳୟରେ ସେପରି କିଛି ମାମଲାର ତଦନ୍ତ ଜାରି ରହିଥିବା ସେ ଅନୁଭବ କଲେ ନାହିଁ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ମାମଲା ସମ୍ପୂର୍ଣ୍ଣ ମିଥ୍ୟା । ତେବେ ସିବିଆଇ ଅଧିକାରୀମାନେ କୌଣସି ଦୁର୍ନୀତି ମାମଲାର ତଦନ୍ତ କରୁନାହାନ୍ତି ବଂର ଦିଲ୍ଲୀରେ କିପରି ‘ଅପରେସନ ଲୋଟସ’ ସଫଳ ହେବ ସେ ନେଇ କାମ କରୁଛନ୍ତି ବୋଲି ସିସୋଦିଆ କହିଥିଲେ ।

ଗତକାଲି ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ଜାରି କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ମଧ୍ୟ ତାଙ୍କ ବାସଭବନରେ ସିବିଆଇ ଚଢାଉ କରିସାରିଛି । ଉକ୍ତ ଚଢାଉରେ କିଛି ଜବତ ହୋଇନଥିବା ବେଳେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ଏଥିରେ ଫସାଇବାକୁ ପ୍ରୟାସ କରାଯାଉଥିବା ସିସୋଦିଆ ଅଭିଯୋଗ କରି ଆସିଛନ୍ତି । ସେହିପରି ଆମ ଆଦମୀ ପାର୍ଟି(AAP) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ସିସୋଦିଆଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହି ସାରିଥିବା ସହ ଏପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ ଦେଖାଇ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରି ଆସିଛନ୍ତି ।

ପୂର୍ବରୁ ମଧ୍ୟ ସିସୋଦିଆ, ତାଙ୍କୁ ବିଜେପିରେ ସାମିଲ ହେବା ନେଇ ପ୍ରଲୋଭନ ମିଳିଥିବା ଅଭିଯୋଗ କରିଥିଲେ । ସେ ବିଜେପିରେ ସାମିଲ ହେଲେ ତାଙ୍କ ବିରୋଧରେ ଜାରି ରହିଥିବା ସମସ୍ତ ମାମଲାର ତଦନ୍ତକୁ ବନ୍ଦ କରି ଦିଆଯିବା ନେଇ ବିଜେପି ପକ୍ଷରୁ ପ୍ରସ୍ତାବ ମିଳିଥିବା ସିସୋଦିଆ କହିଥିଲେ । ସେହିପରି ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ପ୍ରତ୍ୟେକ ୨୦ କୋଟି ଟଙ୍କାରେ କିଣିବାକୁ ପ୍ରାୟସ କରାଯାଉଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details