ଓଡିଶା

odisha

ETV Bharat / bharat

Delhi Excise Policy: ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ED ରେଡ୍ - ଦିଲ୍ଲୀ ପଞ୍ଜାବ ହାଇଦ୍ରାବାଦରେ ଇଡି ରେଡ୍

ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରୁଛି ଇଡି । ଅଧିକ ପଢନ୍ତୁ

Delhi Excise Policy: ଦିଲ୍ଲୀ-ପଞ୍ଜାବ ସମେତ ୩୫ ସ୍ଥାନରେ ED ରେଡ୍
Delhi Excise Policy: ଦିଲ୍ଲୀ-ପଞ୍ଜାବ ସମେତ ୩୫ ସ୍ଥାନରେ ED ରେଡ୍

By

Published : Oct 7, 2022, 10:51 AM IST

Updated : Oct 7, 2022, 11:28 AM IST

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ(Delhi Excise Policy case) ପୁଣି ଘାଣ୍ଟିଲା ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରିଛି । ଆଜି ସକାଳୁ ରେଡ୍ କରାଯାଉଥିବା ସୂଚନା ମିଳିଛି । ଗିରଫ ମଦ ବ୍ୟବସାୟୀ ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁଙ୍କ ପଚରାଉଚରା ସମୟରେ ଏହି ଅବକାରୀ ନୀତି ମାମଲାରେ ପଞ୍ଜାବ ଓ ହାଇଦ୍ରାବାଦ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଆଜି ୩୫ ସ୍ଥାନରେ ପୁଣି ତନାଘନା କରୁଛି ଇଡି । ଏହିସବୁ ରାଜ୍ୟର ମଦ କମ୍ପାନୀ, ଯୋଗାଣ ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

ମଦ ଦୁର୍ନୀତି ମାମଲାରେ ଏ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) ୧୦୩ରୁ ଅଧିକ ସ୍ଥାନରେ ଚଢାଉ କରିସାରିଲାଣି । ଏହି ଘଟଣାରେ ଇଣ୍ଡୋସ୍ପିରିଟର ମାଲିକ ତଥା ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରାଯାଇଛି । ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇ ଥର କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ରହିଛି ।

ଅନ୍ୟପଟେ ଆଜି ଇଡି ରେଡ୍‌କୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଟ୍ବିଟ୍ କରିଛନ୍ତି, ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ପ୍ରମାଣ ପାଇବା ଲାଗି ୩ ମାସ ହେବ ୫୦୦ରୁ ଅଧିକ ଚଢାଉ ହେଲାଣି । ସିବିଆଇ ଓ ଇଡି ଅଧିକାରୀମାନେ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । ହେଲେ କୌଣସି ପ୍ରମାଣ ପାଉନାହାନ୍ତି କାରଣ ସେମିତି କିଛି ନାହିଁ । ସେମାନଙ୍କର ଘୃଣ୍ୟ ରାଜନୀତି ପାଇଁ ବହୁ ଅଫିସରଙ୍କ ସମୟ ନଷ୍ଟ ହେଉଛି । ଏମିତିରେ କେମିତି ଗୋଟିଏ ଦେଶ ଆଗକୁ ବଢିବ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଏହାମଧ୍ୟ ପଢନ୍ତୁ:ଅବକାରୀ ନୀତି ଦୁର୍ନୀତିରେ ସମୀର ମହେନ୍ଦ୍ରୁ ଗିରଫ

ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିଭାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ତେବେ ଏହି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଶାଇ ଏକାଧିକ ବ୍ୟକ୍ତି ସିବିଆଇ ସ୍କାନରରେ ରହିଛନ୍ତି ।

Last Updated : Oct 7, 2022, 11:28 AM IST

ABOUT THE AUTHOR

...view details