ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: 21ରେ ଆସିବ ସଞ୍ଜୟଙ୍କ ବେଲ ଆବେଦନର ରାୟ

(Delhi Excise policy case) ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବେଲ ଆବେଦନର ରାୟ ସଂରକ୍ଷିତ । 21 ରେ ଘୋଷଣା । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସଂଞ୍ଜୟଙ୍କ ବେଲ ରାୟ 21 କୁ ସଂରକ୍ଷିତ
ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସଂଞ୍ଜୟଙ୍କ ବେଲ ରାୟ 21 କୁ ସଂରକ୍ଷିତ

By ETV Bharat Odisha Team

Published : Dec 12, 2023, 3:42 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବେଲ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ । ଆଜି ଅପରାହ୍ନରେ ସଞ୍ଜୟଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ଗତକାଲି କୋର୍ଟ ତାଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିବା ସହ ତାଙ୍କ ଜାମିନ ଆବେଦନର ଶୁଣାଣି ଆଜି ପାଇଁ ସ୍ଥିର କରିଥିଲେ । ଆଜି ଏହି ମାମଲାର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଚଳିତମାସ 21 ରେ ସଞ୍ଜୟଙ୍କୁ ବେଲ ମିଳୁଛି କି ନିରାଶ ହେବାକୁ ପଡୁଛି, ସେ ନେଇ ଜଣାପଡିବ ।

ବହୁଚର୍ଚ୍ଚିତଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଏବେ ନ୍ୟାୟିକ ହାଜତରେ ଅଛନ୍ତି ଆମ ଆଦମୀ ପାର୍ଟି (AAP)ର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ । ଗତକାଲି ତାଙ୍କ ପୂର୍ବ ନ୍ୟାୟିକ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ପୁଣି ଥରେ ଚଳିତ ମାସ 21 ତାରିଖକୁ ବୃଦ୍ଧି କରିଛନ୍ତି । ଏହା ସହ ତାଙ୍କର ଜାମିନ ଆବେଦନ ଆଜି (ମଙ୍ଗଳବାର) ଅପରାହ୍ନରେ ଶୁଣାଣି ହେବା ନେଇ କୋର୍ଟ ସମୟ ନିର୍ଦ୍ଧାରିତ କରିଥିଲେ । ଏହି ଜାମିନ ଆବେଦନର ସଂରକ୍ଷିତ ରାୟ ମଧ୍ୟ 21 ରେ ପ୍ରକାଶ କରିବେ କୋର୍ଟ । ସେହି ଦିନ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବାରୁ ସେ କୋର୍ଟରେ ହାଜର ମଧ୍ୟ ହେବେ ।

ଏହା ମଧ୍ଯ ପଢନ୍ତୁ :- ଦିଲ୍ଲୀ ଅବକାରୀ ଘୋଟାଲା: 21 ପର୍ଯ୍ୟନ୍ତ ବଢିଲା ସଞ୍ଜୟଙ୍କ ନ୍ୟାୟିକ ହାଜତ ଅବଧି, କାଲି ଜାମିନ ଆବେଦନ ଶୁଣାଣି

ଦିଲ୍ଲୀ ଅବକାରୀ ମାମଲାରେ ଅକ୍ଟୋବର 4 ତାରିଖରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ଓ ମାରାଥନ ଜେରା ପରେ ତାଙ୍କୁ ମନିଲଣ୍ଡ୍ରିଂ ଆକ୍ଟରେ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ନିକଟରେ କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସଞ୍ଜୟଙ୍କ ବିରୋଧରେ 60 ପୃଷ୍ଠା ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିସାରିଛି । ପୂର୍ବରୁ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି । ଏବେ ସୁଦ୍ଧା ସେ ବେଲ ପାଇବାରେ ସଫଳ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details