ଓଡିଶା

odisha

ETV Bharat / bharat

ଗୁଜୁରାଟରେ ଗରବା ଖେଳିଲେ ମନିଷ ସିସୋଦିଆ - ଗୁଜୁରାଟରେ ମନିଷ ସିସୋଦିଆଙ୍କ ରୋଡ ସୋ

ଆଜି ସୁରଟରେ ଏକ ରୋଡ୍ ସୋରେ ଅଂଶ ଗ୍ରହଣ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅଧିକ ପଢନ୍ତୁ...

ଗୁଜୁରାଟରେ ମନିଷ ସିସୋଦିଆଙ୍କ ରୋଡ ସୋ
ଗୁଜୁରାଟରେ ମନିଷ ସିସୋଦିଆଙ୍କ ରୋଡ ସୋ

By

Published : Feb 14, 2021, 10:42 PM IST

ଅହମ୍ମଦାବାଦ: ଆଜି ସୁରଟରେ ଏକ ରୋଡ୍ ସୋରେ ଅଂଶ ଗ୍ରହଣ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରୋଡ ସୋରେ ଭାଗ ନେବା ସହ ଗରବା ଖେଳିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଅବସରରେ ସେ ଅଭିଯୋଗ କରିଛନ୍ତି ଯେ ବିଜେପିକୁ ବିଜୟୀ କରିବା ପାଇଁ କଂଗ୍ରେସ ସାହାଯ୍ୟ କରିବାକୁ ଲଢେଇ କରୁଛି । ଆହୁରି ମଧ୍ୟ ସେ କହିଛନ୍ତି ଗୁଜରାଟରେ ହେବାକୁ ଥିବା ସ୍ଥାନୀୟ ପୌରପାଳିକା ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ଶାସକ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେବାକୁ ଯାଉଛି । ସିସୋଦିଆ ଦାବି କରିଛନ୍ତି ଯେ ଗୁଜୁରାଟବାସୀ ଆମ୍ ଆଦମୀ ପାର୍ଟି (ଆପ) କୁ ଏକ ଶକ୍ତିଶାଳୀ ରାଜନୈତିକ ବିକଳ୍ପ ଭାବରେ ଦେଖୁଛନ୍ତି ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରିବାକୁ ଚାହୁଁଥିବା ସେ ଦାବି କରିଛନ୍ତି ।

ଗୁଜୁରାଟରେ ମନିଷ ସିସୋଦିଆଙ୍କ ରୋଡ ସୋ

ଫେବୃଆରୀ 21 ରେ ଗୁଜୁରାଟର 6 ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଯାଉଛି । ଅହମ୍ମଦାବାଦ, ଭଦୋଦରା, ସୁରଟ, ରାଜକୋଟ, ଜାମନଗର ଏବଂ ଭବନଗରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details