ଓଡିଶା

odisha

By

Published : Oct 12, 2022, 5:18 PM IST

ETV Bharat / bharat

ସୁଶୀଲ କୁମାରଙ୍କ ସମେତ ୧୮ ଜଣଙ୍କ ବଢ଼ିଲା ଅଡ଼ୁଆ, କୁସ୍ତିଯୋଦ୍ଧା ସାଗର ଧନକର ମୃତ୍ୟୁ ମାମଲାରେ ଚାର୍ଜ ଫ୍ରେମ୍‌

ସାଗର ଧନକର ମୃତ୍ୟୁ ମାମଲାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ଅଡ଼ୁଆ । ତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ଅଧିକ ପଢ଼ନ୍ତୁ

Delhi Court frames charges against Olympian Sushil Kumar and others in wrestler Sagar Dhankar murder case
ସୁଶୀଲ କୁମାରଙ୍କ ସମେତ ୧୮ ଜଣଙ୍କ ବଢ଼ିଲା ଅଡ଼ୁଆ, କୁସ୍ତିଯୋଦ୍ଧା ସାଗର ଧନକର ମୃତ୍ୟୁ ମାମଲାରେ ଚାର୍ଜ ଫ୍ରେମ୍‌

ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ସାଗର ଧନକର ମୃତ୍ୟୁ ମାମଲା । ସାଗର ଧନକର ମୃତ୍ୟୁ ମାମଲାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ଅଡ଼ୁଆ । ତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ଚାର୍ଜ ଫ୍ରେମ କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ତାଙ୍କ ସହ ଅନ୍ୟ ୧୭ ଜଣଙ୍କ ବିରୋଧରେ ମଧ୍ୟ କୋର୍ଟ ଲାଗିଥିବା ଦଫାରେ ଚାର୍ଜ ଫ୍ରେମ୍‌ କରିଛନ୍ତି । ଏହି ଘଟଣାରେ ଏବେ ବି ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ରାୟ ଦେବେ ଦିଲ୍ଲୀର କୋର୍ଟ ।

2021ମସିହା ମେ ୪ ତାରିଖରେ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମରେ ଜୁନିୟର କୁସ୍ତି ଯୋଦ୍ଧା ସାଗର ଧନକରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ସହ ଅନ୍ୟ ୧୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏମାନଙ୍କ ବିରୋଧରେ ପ୍ରାଣାନ୍ତକ ଆକ୍ରମଣ, ହିଂସାକାଣ୍ଡ ଘଟାଇବା, ବେଆଇନ ଭାବରେ ସଂଗଠିତ ହେବା ଓ ଅନ୍ୟାନ ଧାରରେ ଚାର୍ଜ୍‌ସିଟ୍‌ ପ୍ରସ୍ତୁତ କରିଥିଲା ପୋଲିସ । ବୁଧବାର ଚାର୍ଜସିଟ୍‌ ଅନୁଯାୟୀ ଚାର୍ଜ ଫ୍ରେମ୍‌ କରିଛନ୍ତି ଦିଲ୍ଲୀର ଏକ କୋର୍ଟ ।

ଏହି ମାମଲାର ଆଗାମୀ ଶୁଣାଣିରେ କୋର୍ଟରେ ସମସ୍ତ ପ୍ରମାଣ ସହ ତଦନ୍ତ ରିପୋର୍ଟ ଦାଖଲ କରିବ ପୋଲିସ । ତାସହିତ ସମସ୍ତ ସାକ୍ଷୀଙ୍କ ସାକ୍ଷ୍ୟ ଶୁଣିବେ କୋର୍ଟ । ଏହାପରେ ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବେ । 2021ମସିହା ମେ ୪ ତାରିଖରେ ଛତ୍ରଶାଳା ଷ୍ଟାଡିୟମରେ ଘଟିଥିବା ମାଡପିଟରେ କୁସ୍ତିଯୋଦ୍ଧା ସାଗର ଧନକରଙ୍କ ମୃତ୍ୟୁ ହୋଇଥିଲା । ଘଟଣାର 18ଦିନ ପରେ ଅଭିଯୁକ୍ତ ସୁଶୀଲ କୁମାର ଓ ତାଙ୍କ ସାଥୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ଏହା ପୂର୍ବରୁ ସୁଶୀଲ କୁମାର ଗିରଫ ଭୟରେ ଦିଲ୍ଲୀର ରୋହୀଣି କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ବୁଧବାର ତାଙ୍କ ଜାମିନ ଖାରଜ କରିଥିଲେ । ସୁଶୀଲଙ୍କୁ ଧରିବା ପାଇଁ 1 ଲକ୍ଷ ଟଙ୍କା ଓ ତାଙ୍କ ସାଥୀ ପାଇଁ 50 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ପୋଲିସର ଏକ ସ୍ବତନ୍ତ୍ର ଦଳ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ରବିବାର ସୁଶୀଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ABOUT THE AUTHOR

...view details