ଓଡିଶା

odisha

ETV Bharat / bharat

ଦିଲ୍ଲୀର ୬୦ ପ୍ରତିଶତ ମହିଳା ନେଇ ନାହାଁନ୍ତି କୋରୋନା ଟିକା: ସ୍ବାସ୍ଥ୍ୟ ବିଶେଷଜ୍ଞ

କୋରୋନା ଭୟ ଦେଶରୁ ନ ଯାଉଣୁ ଏବେ ଓମିକ୍ରନ ପୁରା ଦେଶରେ ଆତଙ୍କ ଖେଳାଇଲାଣି । ସେଥିପାଇଁ ଟୀକାକରଣକୁ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରେ ୬୦ ପ୍ରତିଶତ ମହିଳା କୋରୋନା ଟିକା ନେଇ ନାହାଁନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀର ୬୦ ପ୍ରତିଶତ ମହିଳା ନେଇ ନାହାଁନ୍ତି କୋରୋନା ଟିକା : ସ୍ବାସ୍ଥ୍ୟ ବିଶେଷଜ୍ଞ
ଦିଲ୍ଲୀର ୬୦ ପ୍ରତିଶତ ମହିଳା ନେଇ ନାହାଁନ୍ତି କୋରୋନା ଟିକା : ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : Dec 25, 2021, 7:18 PM IST

ନୂଆଦିଲ୍ଲୀ:କୋରୋନା ଭୟ ଦେଶରୁ ନ ଯାଉଣୁ ଏବେ ଓମିକ୍ରନ ପୁରା ଦେଶରେ ଆତଙ୍କ ଖେଳାଇଲାଣି । ସେଥିପାଇଁ ଟୀକାକରଣକୁ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରେ ଶହେ ପ୍ରତିଶତ ଲୋକେ କୋରୋନାର ପ୍ରଥମ ଡୋଜ ନେଇଛନ୍ତି । ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦିଲ୍ଲୀରେ ୬୦ ପ୍ରତିଶତ ମହିଳା କୋରୋନା ଟିକା ନେଇ ନାହାଁନ୍ତି । ସେହିକ୍ରମରେ ୯୫ ପ୍ରତିଶତ ପୁରୁଷ ଟିକା ନେଇଛନ୍ତି । 148.33 ଲକ୍ଷ ଲୋକେ ପ୍ରଥମ ଡୋଜ ନେଇଥିବା ଦାବି କରିଛନ୍ତି ଦିଲ୍ଲୀ ସରକାର । 1.035 କୋଟି ଲୋକେ କୋରୋନାର ଦ୍ବିତୀୟ ଜୋଡ ନେଇଛନ୍ତି । କୋଭିଡ ଟାକ୍ସଫୋର୍ସ ବୈଠରେ ଯୋଗ ଦେଇଥିବା ଡାକ୍ତର ଅଜୟ ଗମ୍ଭୀର ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭ୍ୟାକସିନେସନକୁ ନେଇ ଲିଙ୍ଗଗତ ପାର୍ଥକ୍ୟ (gender gap) ରହିଛି ।

ସେଥିପାଇଁ ୬୦ ପ୍ରତିଶତ ମହିଳା ଟିକା ନେଇ ନାହାଁନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଦିଲ୍ଲୀରେ ସେରୋସର୍ଭେ ଆରମ୍ଭ କରାଯାଇଥିଲା । ୯୫ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୧୦୦ ପ୍ରତିଶତ ପ୍ରଥମ ଡୋଜ ନେଇଥିଲା ବେଳେ 1.035 କୋଟି ଲୋକେ ଦ୍ବିତୀୟ ଡୋଜ ନେଇ ସାରିଛନ୍ତି । ଓମିକ୍ରନର ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ରହିଛନ୍ତି । ଓମିକ୍ରନର ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଦିଲ୍ଲୀରେ ଅନେକ ଲୋକେ ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି । ତେଣୁ ସରକାର ଟୀକାକରଣକୁ ଜୋରଦାର କରିଛନ୍ତି । କିନ୍ତୁ ଏହି ଟାକ୍ସଫୋର୍ସ ବୈଠକରେ ଜଣାପଡିଥିଲା ଯେ 60 ପ୍ରତିଶତ ମହିଳା କୋଭିଡ ଟିକାରୁ ବଞ୍ଚିତ ହୋଇଛନ୍ତି।

କୋରୋନା ଟାକ୍ସ ଫୋର୍ସ ବୈଠକରେ ୬୦ ପ୍ରତିଶତ ମହିଳା ଟିକା ନ ନେବା ନେଇ ଏକ ଆଲୋଚନା ହୋଇଥିଲା । ଟିକା ନେଇ ନ ଥିବା ମହିଳାଙ୍କ ମଧ୍ୟରେ ସ୍ତନ୍ୟପାନ କରାଉଥିବା କିଛି ମହିଳା ଥିବା ବେଳେ ଆଉ କିଛି ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି । ଟିକା ନେଲେ ଶିଶୁ ଉପରେ ପ୍ରଭାବ ପଡିବା ଭାବି ସେମାନେ ଟିକା ନେଇ ନଥିବା ଜଣାପଡିଛି । ହେଲେ ଟିକା ସମ୍ପୁର୍ଣ୍ଣ ନିରାପଦ ବୋଲି କହୁଛନ୍ତି ଡାକ୍ତର ଅଜୟ ଗମ୍ଭୀର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ନିରାପଦ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details