ନୂଆଦିଲ୍ଲୀ:ଟୁକୁରୁ ଟୁକୁର ଗୀତରେ ପୋଲିସ କର୍ମଚାରୀ କରୁଥିଲେ ଭିଡିଓ ସୁଟିଂ । ଡ୍ୟୁଟିରେ ଥିବାବେଳେ ସୋସିଆଲ ମିଡିଆରେ ଭିଡିଓ ସୁଟିଂ ପଡିଲା ମହଙ୍ଗା । ଭିଡିଓ ସୁଟିଂ ସହିତ କୋରୋନା ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ମହିଳା ହେଡ କନଷ୍ଟେବଳ ଓ ଜଣେ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ ।
ସୂଚନାଅନୁସାରେ ମଡେଲ ଥାନାର ମହିଳା କନଷ୍ଟେବଳ ଶଶୀ ଓ କନଷ୍ଟେବଳ ବିବେକ ମାଥୁର କୋରୋନା ଲକଡାଉନ ସମୟରେ ଡ୍ୟୁଟିରେ ଥାଇ ବଲିଉଡ ଗୀତରେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ କନଷ୍ଟେବଳ ବିବେକ ମାଥୁର ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି । ଭିଡିଓରେ କୋରୋନା ନିୟମ ଭଙ୍ଗ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଶୃଙ୍ଖଳିତ ଅଧିକାରୀ ହୋଇଥିବାବେଳେ ଦୁଇ ପୋଲିସ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି ।