ଓଡିଶା

odisha

By

Published : Apr 15, 2021, 8:58 AM IST

ETV Bharat / bharat

ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ କେଜ୍ରିୱାଲଙ୍କ ବୈଠକ

ଆଜି(ଗୁରୁବାର) ଦିଲ୍ଲୀର କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ବୈଠକ କରିବେ ମୁଖ୍ୟମନ୍ତ୍ରୀ କେଜିରୱାଲ । ଅଧିକ ପଢନ୍ତୁ...

ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ବୈଠକ କରିବେ କେଜିରୱାଲ
ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ବୈଠକ କରିବେ କେଜିରୱାଲ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଦିନକୁ ଦିନ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ଏହା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ସହ ବୈଠକ କରିବେ ବୋଲି ଜଣାପଡିଛି ।

ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ବୈଠକ କରିବେ କେଜିରୱାଲ

ତେବେ ଗୁରୁବାର ସକାଳ 11ଟା ସମୟରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ଅନିଲଙ୍କ ସହିତ ଜରୁରିକାଳୀନ ବୈଠକ କରିବେ । ଏହାପରେ ମଧ୍ୟାହ୍ନ 12ଟା ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଦିଲ୍ଲୀରେ କୋଭିଡର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ତେବେ ଏ ସମ୍ପର୍କରେ ସିଏମଓ ଟ୍ବିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।

ଗତ 24 ଘଣ୍ଟାରେ ଦିଲ୍ଲୀରେ 17 ହଜାର 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 67 ହଜାର 438ରେ ପହଞ୍ଚିଛି । ଏହାସହିତ ଗତ 24 ଘଣ୍ଟାରେ 104 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଗତ 30 ନଭେମ୍ବର ପରେ ଦିଲ୍ଲୀରେ ସବୁଠାରୁ ଅଧିକ ମୃତ୍ୟୁସଂଖ୍ୟା ବୋଲି ଜଣାପଡିଛି । ଏହି ମୃତକଙ୍କୁ ମିଶାଇ ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା 11 ହଜାର 540ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details