ଓଡିଶା

odisha

ETV Bharat / bharat

ଉପରାଜ୍ୟପାଳ କିଏ ବୋଲି ପ୍ରଶ୍ନ କଲେ କେଜ୍ରିଓ୍ୱାଲ, କହିଲେ ସେ ମୁଣ୍ଡରେ ବସିଛନ୍ତି

ଦିଲ୍ଲୀର ରାଜ୍ୟପାଳଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । କହିଲେ ଉପରାଜ୍ୟପାଳ ଆମ ମୁଣ୍ଡରେ ବସିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶର ଉଦାହରଣ ଦେଇ ମନେ ପକାଇଲେ ଏଲଜିଙ୍କ କ୍ଷମତା । ଅଧିକ ପଢନ୍ତୁ

ଦିଲ୍ଲୀ ରାଜନୀତି
ଦିଲ୍ଲୀ ରାଜନୀତି

By

Published : Jan 17, 2023, 6:08 PM IST

ହାଇଦ୍ରାବାଦ:ଦିଲ୍ଲୀରେ ବଢିବାରେ ଲାଗିଛି ଉପରାଜ୍ୟପାଳ ଓ ସରକାର ବିବାଦ । ସରକାରୀ ଶିକ୍ଷକଙ୍କୁ ବିଦେଶରେ ପ୍ରଶିକ୍ଷଣ ନିଷ୍ପତ୍ତିରେ ଏବେ ସରକାର ଓ ରାଜଭବନ ମୁହାଁମୁହିଁ ହେବା ପରିସ୍ଥିତିକୁ ଆସିଲେଣି । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ (ମଙ୍ଗଳବାର) ମଧ୍ୟ ଏହି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ଉପରେ ବର୍ଷିଛନ୍ତି । ଏପରିକି ଉପରାଜ୍ୟପାଳଙ୍କ କ୍ଷମତା କ‘ଣ ଓ ସେ ଆଜି ମୁଣ୍ଡରେ ବସିଛନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ଗୃହରେ କେଜ୍ରିଓ୍ବାଲ କହିଛନ୍ତି, ‘‘ଆମର ନିଷ୍ପତ୍ତିରେ ବାଧା ସୃଷ୍ଟି କରିବାକୁ ଉପରାଜ୍ୟପାଳ (ଏଲଜି) କିଏ ? ସେ ଆସି ମୁଣ୍ଡରେ ବସିଛନ୍ତି । ବର୍ତ୍ତମାନ ଆମ ପିଲାମାନଙ୍କୁ କେଉଁଠାରେ ପାଠ ପଢିବାକୁ ପଠାଇବୁତାହା କ’ଣ ସେ ସ୍ଥିର କରିବେ । ଯଦି ନିର୍ବାଚିତ ସରକାରର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ କାହାକୁ ତାଲିମ ପାଇଁ ବିଦେଶ ପଠାଇବାକୁ ଚାହାଁନ୍ତି, ତେବେ ସେ କି’ଏ ଏହାକୁ ବନ୍ଦ କରିବେ ? ’’

କେଜ୍ରିୱାଲ ତାଙ୍କ ସମ୍ବୋଧନ ଆରମ୍ଭରେ କହିଥିଲେ, ‘‘ଯଦି ଭଗବାନ ଚାହାଁନ୍ତି, ଆସନ୍ତାକାଲି କେନ୍ଦ୍ରରେ ଆମର ସରକାର ବନିବ । ସେ ବିଜେପି ହେଉ କିମ୍ବା ଅନ୍ୟ କେଉଁ ଦଳର ସରକାର, ଆମ ଦ୍ବାରା ନିଯୁକ୍ତ ଉପରାଜ୍ୟପାଳ କାହାକୁ ସମସ୍ୟାରେ ପକାଇବେ ନାହିଁ, ତାହା ଆମେ ନିଶ୍ଚିତ କରିବୁ । ଆମେ ନିର୍ବାଚିତ ସରକାର ଓ ଲୋକମତକୁ ସମ୍ମାନ ଦେଉଛୁ । ଆମେ ଦିଲ୍ଲୀର ପିଲାଙ୍କ ଭିବଷ୍ୟତ ପାଇଁ କାମ କରୁଛୁ । ହଜାରରୁ ଅଧିକ ସରକରୀ ଶିକ୍ଷକଙ୍କୁ ବିଦେଶ ପଠାଇ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରଶିକ୍ଷଣ ଦେଇସାରିଛୁ । ତେବେ ଚଳିତ ଥର ମଧ୍ୟ ଶିକ୍ଷକଙ୍କୁ ଫିନ୍‌ଲ୍ୟାଣ୍ଡ ପଠାଇବାକୁ ଚାହୁଁଛୁ । ଉପରାଜ୍ୟପାଳ ଦୁଇ ଥର ଏହି ପ୍ରସ୍ତାବ ଉପରେ ଆପତ୍ତି ଦର୍ଶାଇ ଏହାକୁ ଅନୁମୋଦନ କରୁନାହାନ୍ତି । କ‘ଣ ଏକ ନିର୍ବାଚିତ ସରକାରର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଏସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ ନାହିଁ ।’’

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବିଧାନସଭାରେ ଆହୁରି ଦୋହରାଇଛନ୍ତି ଯେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ପୋଲିସ, ପବ୍ଲିକ ଅର୍ଡର ଏବଂ ଲ୍ୟାଣ୍ଡ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଉପରାଜ୍ୟପାଳଙ୍କର କ୍ଷମତା ନାହିଁ । ଅନ୍ୟ ସମସ୍ତ ମାମଲାରେ ସେ ନିର୍ବାଚିତ ସରକାରଙ୍କ କାର୍ଯ୍ୟଶୈଳୀରେ ହସ୍ତକ୍ଷେପ କରିବା ପାଇଁ ଅଧିକୃତ ନୁହନ୍ତି । ସେ ଏହି ନିର୍ଦ୍ଦିଷ୍ଟ କ୍ଷେତ୍ର ବାହାରେ କୌଣସି ନିର୍ଣ୍ଣୟ ମଧ୍ୟ ନେଇପାରିବେ ନାହିଁ । 2018 ଜୁଲାଇ 4 ତାରିଖରେ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ସମସ୍ତଙ୍କୁ ଅନୁପାଳନ କରିବା ଉଚିତ । କିନ୍ତୁ ଉପରାଜ୍ୟପାଳ ଏହାର ପରିସର ବାହାରକୁ ଯାଇ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details