ଓଡିଶା

odisha

ETV Bharat / bharat

INDIA- BHARAT Row: କେନ୍ଦ୍ରକୁ ଟାର୍ଗେଟ୍ କଲେ କେଜ୍ରିଓ୍ୱାଲ, କହିଲେ ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ? - ଇଣ୍ଡିଆ ନାମ ପରିବର୍ତ୍ତନ ପ୍ରସଙ୍ଗ

ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଗଲା ବୋଲି ଦେଶର ନାମ ପରିବର୍ତ୍ତନ ଉଦ୍ୟମ କହିଲେ କେଜ୍ରିଓ୍ବାଲ । ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

INDIA- BHARAT Row: ‘ଯଦି ‘ଇଣ୍ଡିଆ’ ମେଣ୍ଟ ନାମ ପରିବର୍ତ୍ତନ କରି ‘ଭାରତ’ ରଖେ !’
INDIA- BHARAT Row: ‘ଯଦି ‘ଇଣ୍ଡିଆ’ ମେଣ୍ଟ ନାମ ପରିବର୍ତ୍ତନ କରି ‘ଭାରତ’ ରଖେ !’

By ETV Bharat Odisha Team

Published : Sep 5, 2023, 8:23 PM IST

ନୂଆଦିଲ୍ଲୀ:ଏବେ ଇଣ୍ଡିଆ-ଭାରତ ନାମ ପରିବର୍ତ୍ତନ ପ୍ରସଙ୍ଗ ଜାତୀୟ ରାଜନୀତିକୁ ସରଗମର କରିବା ଆରମ୍ଭ କରିଛି । ଗତକାଲି ପର୍ଯ୍ୟନ୍ତ ଏକକ ନିର୍ବାଚନ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଜାରି ରଖିଥିବା ବିରୋଧୀ ଦଳମାନେ ଏବେ ଦେଶର ନାମ ପରିବର୍ତ୍ତନ ସମ୍ଭାବିତ ଚର୍ଚ୍ଚାକୁ ନେଇ ପୁଣି ସରକାରକୁ ଘେରିବାରେ ଲାଗିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ପ୍ରସଙ୍ଗକୁ ସିଧା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନାମକରଣ ସହ ଯୋଡିଛନ୍ତି । ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିବାରୁ କେନ୍ଦ୍ର ଏପରି ବିଚାର ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି ।

ଆଜି ପ୍ରେସମିଟ କରି କେଜ୍ରିଓ୍ବାଲ କହିଛନ୍ତି, ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ବିଜେପି ସରକାର ଭୟଭୀତ ହୋଇପଡିଛି । ଦେଶର ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଅନେକ ପାର୍ଟି ମିଶି ବିଜେପି ବିରୋଧରେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି । ସେମାନଙ୍କ ଭୋଟ କମିଯିବ ବୋଲି ଭାବି ବିଜେପି ଭୟଭୀତ ହୋଇପଡିଛି । ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ ନାମ ରଖିଲେ, ତେବେ ଆମେ ଦେଶର ନାମ ପରିବର୍ତ୍ତନ କରିଦେବୁ ବୋଲି ସେମାନେ ଭାବୁଛନ୍ତି । ଦେଶ 140 କୋଟି ନାଗରିକଙ୍କର, କୌଣସି ରାଜନୈତିକ ପାର୍ଟିର ନୁହେଁ ।

ଯଦି ବିରୋଧୀ ମେଣ୍ଟ ତାର ନାମ ପରିବର୍ତ୍ତନ କରି ଇଣ୍ଡିଆ ପରିବର୍ତ୍ତେ ‘ଭାରତ’ ସ୍ଥିର କରେ, ତେବେ ସେମାନେ କ’ଣ ଦେଶର ଭାରତର ନାମକୁ ପରିବର୍ତ୍ତନ କରିଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ଯଦି ସେମାନେ ଏପରି କରନ୍ତି ତେବେ ଭାରତର ନାମ କ’ଣ ରଖିବେ । କ’ଣ ଏମତି କରି ସେମାନେ ଥଟ୍ଟା କରୁଛନ୍ତି । ଦେଶ ହଜାର ବର୍ଷ ପୁରଣା । ତାର ସଂସ୍କୃତି ମଧ୍ୟ ସେତିକି ପୁରୁଣା । ହେଲେ ଏବେ କେବଳ ବିରୋଧୀ ଦଳମାନେ ‘ଇଣ୍ଡିଆ’ ମେଣ୍ଟ ନାମ ରଖିଲେ ବୋଲି ଦେଶର ନାମ ଇଣ୍ଡିଆରୁ ବାଦ ଦେବାକୁ ଯୋଜନା ହେଉଛି । ଏହା ପୂର୍ବରୁ ଏକାଧିକ କଂଗ୍ରେସ ନେତା ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆପତ୍ତି ଦର୍ଶାଇ ସାରିଲେଣି ।

ଏହା ମଧ୍ଯ ପଢନ୍ତୁ :- Parliament Special Session: ଇଣ୍ଡିଆ ନାଁ ପରିବର୍ତ୍ତନ କରି ‘ଭାରତ’ କରିବାକୁ ଆସିବ ସଙ୍କଳ୍ପ !

ଚଳିତ 9 ତାରିଖରେ ଜି20 ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ନୈଶ୍ୟଭୋଜି ପାଇଁ କରାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି । ତେଣୁ ସରକାର ଦେଶର ସରକାରୀ ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ କରିବାକୁ ଯୋଜନା ରଖିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ପରିବର୍ତ୍ତନ ନେଇ ସରକାରୀ ସ୍ତରରେ କୌଣସି ଠୋସ ତଥ୍ୟ ମଧ୍ୟ ସାମ୍ନାକୁ ଆସିନାହିଁ । 18 ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ନାମ ପରିବର୍ତ୍ତନ ନେଇ ଏକ ସଙ୍କଳ୍ପ ସଂସଦରେ ଆଗତ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details