ଓଡିଶା

odisha

ETV Bharat / bharat

ଉପ-ରାଜ୍ୟପାଳଙ୍କୁ କେଜ୍ରିୱାଲ କହିଲେ, ଯେତିକି ଗାଳି LG ସାର୍‌ ମୋତେ ଦେଉଛନ୍ତି... - LG ସାର୍‌ ମୋତେ ଦେଉଛନ୍ତି ପତ୍ନୀ ସେତିକି ଦେଇ ନାହାନ୍ତି

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଟ୍ବିଟ୍‌ । କହିଲେ ଗତ ୬ ମାସ ମଧ୍ୟରେ ଏତେ ପ୍ରେମ ପତ୍ର ଲେଖିଛନ୍ତି ଯେ, ଜୀବନରେ ମୋର ପତ୍ନୀ ଏତେ ଲେଟର କେବେ ଲେଖିନାହାନ୍ତି । ଅଧିକ ପଢ଼ନ୍ତୁ

Delhi cm Arvind Kejriwal said that wife does not scold me as much as LG sahib scolds
ଉପରାଜ୍ୟପାଳଙ୍କୁ କେଜ୍ରିୱାଲ୍‌ କହିଲେ, ଯେତିକି ଗାଳି LG ସାର୍‌ ମୋତେ ଦେଉଛନ୍ତି ପତ୍ନୀ ସେତିକି ଦେଇ ନାହାନ୍ତି

By

Published : Oct 6, 2022, 8:45 PM IST

ନୂଆଦିଲ୍ଲୀ:ଖୁବ୍‌ କମ୍‌ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ମଜାକ ମୁଡ୍‌ରେ ଦେଖିବାକୁ ମିଳେ । ତେବେ ଗୁରବାର ସେ ଦିଲ୍ଲୀ ରାଜ୍ୟପାଳଙ୍କ ସହ ମଜାକ୍‌ କରି ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଟ୍ବିଟ୍‌ କରି କେଜ୍ରିୱାଲ ଲେଖିଥିଲେ, "LG ସାର୍‌ ମୋତେ ଯେତିକି ଗାଳି ଦେଉଛନ୍ତି, ସେତିକି ମୋର ପତ୍ନୀ ମଧ୍ୟ ମୋତେ ଗାଳି କରନ୍ତି ନାହିଁ ।" ଏଭଳି ବୟାନ ପରେ କେଜ୍ରିୱାଲ୍‌ଙ୍କୁ ବିଜେପି ନେତା ସମାଲୋଚନା କରିବାରେ ଲାଗିଛନ୍ତି ।

ଗତ କିଛି ଦିନ ହେଲା ଦିଲ୍ଲୀ ମଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ବର୍ତ୍ତମାନ ଟ୍ବିଟର ସାହାରା ନେଇ ମଜା ଆଳରେ ଦୁଃଖ ଜାହିର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, "LG ସାର୍‌ ମୋତେ ଯେତିକି ଗାଳି ଦେଉଛନ୍ତି, ସେତିକି ମୋର ପତ୍ନୀ ମଧ୍ୟ ମୋତେ ଗାଳି କରନ୍ତି ନାହିଁ । ଗତ ୬ ମାସ ମଧ୍ୟରେ ଏତେ ପ୍ରେମ ପତ୍ର ଲେଖିଛନ୍ତି ଯେ, ଜୀବନରେ ମୋର ପତ୍ନୀ ଏତେ ଲେଟର କେବେ ଲେଖିନାହାନ୍ତି । LG ସାର୍‌ ଟିକେ ଚିଲ୍‌ କରନ୍ତୁ, ଆପଣଙ୍କ ସୁପର ବସ୍‌ଙ୍କୁ ମଧ୍ୟ କୁହନ୍ତୁ ସେ ମଧ୍ୟ ଚିଲ୍‌ କରିବେ ।"

ବିଗତ ଦିନରେ ଦିଲ୍ଲୀ ସରକାର ନେଇଥିବା ଅଧିକାଂଶ ଯୋଜନା ବା ଆଦେଶକୁ ନେଇ ଉପରାଜ୍ୟପାଳ ପ୍ରଶ୍ନ କରିଛନ୍ତି । ଏଭଳି କଣ୍ଟକିତ ପ୍ରଶ୍ନ ନେଇ ଚିନ୍ତାରେ ପଡିଛନ୍ତି ଅରବିନ୍ଦ କେଜ୍ରିୱାଲ । ମଦ ବିକ୍ରି ଲାଇସେନ୍ସ, ଡିଟିସି ବସ୍‌ ଘୋଟାଲା, ସ୍କୁଲ୍‌ ଗୃହ ନିର୍ମାଣ ଆଦିର ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଉଭୟଙ୍କ ମଧ୍ୟରେ ବିବାଦ ଘନାଉଥବାରୁ, ଦୁହିଁଙ୍କ ମଧ୍ୟରେ ହେଉଥିବା ସାପ୍ତାହିକ ବୈଠକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ଦୁଇ ମାସ ମଧ୍ୟରେ ହୋଇଥିବା ବୈଠକରେ ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ ।

ଏଏହାକୁ ନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର କହିଛନ୍ତି, "ଉପରାଜ୍ୟପାଳଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଶବ୍ଦର ପ୍ରୟୋଗ ଗ୍ରହଣୀୟ ନୁହେଁ । ଦିଲ୍ଲୀର ସୁପ୍ରିମ ବସ୍‌ ଉପରାଜ୍ୟପାଳ ବୋଲି ଅଦାଲତ ମଧ୍ୟ କହି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଯେତେ ବି ଯାଞ୍ଚ ଆଦେଶ ଦେଇଛନ୍ତି ତାହା ପଛରେ ସିଷ୍ଟମ ମଜବୁତ କରିବା ସ୍ବାର୍ଥ ରହିଛି । ଏଥିରେ ହିଁ ଦିଲ୍ଲୀର ହିତ ସାଧନ ହୋଇ ପାରିବ । କିନ୍ତୁ ଅରବିନ୍ଦ କେଜ୍ରିୱାଲ ତାହା ମାନିବାକୁ ନାରାଜ । ଯେଉଁ ଶବ୍ଦର ବ୍ୟବହାର କରିଛନ୍ତି ତାହା ସ୍ତରହୀନ ।"

ସେପଟେ ବିଜେପି ନେତା କପିଲ ମିଶ୍ରା ଅରବିନ୍ଦ କେଜ୍ରୱାଲଙ୍କ ଟ୍ବିଟ୍‌କୁ ରିଟ୍ବିଟ୍‌ କରି କହିଛନ୍ତି, "ସ୍ବାମୀ ମଦୁଆ କିମ୍ବା ନିକମା ହୋଇଥିଲେ ଗୋଟିଏ ସମୟ ପରେ, ପତ୍ନୀ ଗାଳି କରିବା ଛାଡ଼ିଦିଏ । କିନ୍ତୁ ବାପା ଗାଳି କରିବା ଛାଡ଼ନ୍ତି ନାହିଁ ।"

ଉପରାଜ୍ୟପାଳଙ୍କ ପାଖକୁ ପଠା ଯାଉଥିବା ଫାଇଲ ହେଉ କି ପ୍ରଣୟନ ହୋଇଥିବା ଯୋଜନା, ଦିଲ୍ଲୀ ଉପରାଜ୍ୟପାଳ ସରକାରଙ୍କୁ ଆଇନା ଦେଖାଇବାକୁ ସମସ୍ତ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଉପରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଅରବିନ୍ଦ କେଜ୍ରିୱାଲ ଓ ଆପ୍‌ ନେତା । ତା ସହିତ କେଜ୍ରୱାଲଙ୍କ ଅଭିଯୋଗରେ ଉପରାଜ୍ୟପାଳ ଯାଞ୍ଚ ନିର୍ଦ୍ଦେଶ ଦେଇନଥିଲେ କିନ୍ତୁ ବିଜେପି ନେତାଙ୍କ ଅଭିଯୋଗରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଆପ୍‌ ନେତା ।

ABOUT THE AUTHOR

...view details