ଓଡିଶା

odisha

ETV Bharat / bharat

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ - କେଜ୍ରିୱାଲ

ଦିଲ୍ଲୀରେ କୋରୋନା ସଙ୍କଟକୁ ଦେଖି ହାତ ଟେକିଦେଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କଲେ ଅନୁରୋଧ । ଅଧିକ ପଢନ୍ତୁ...

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ
ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ

By

Published : Apr 18, 2021, 3:33 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଉତ୍କଟ ହେଉଛି କୋରୋନା ସ୍ଥିତି । ଏହାରି ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ବୟାନ ଦେଇଛନ୍ତି, ତାହା କୋରୋନା ଡରକୁ ଆହୁରି ବଢାଇ ଦେଇଛି ।

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୃତ ଗତିରେ ବୃଦ୍ଧି ପାଉଛି । ଏବେ ସମ୍ପୂର୍ଣ୍ଣ ଦିଲ୍ଲୀରେ ଆଇସିୟୁର 100ରୁ କମ ଶଯ୍ୟା ବଞ୍ଚିଛି । ଦିଲ୍ଲୀରେ କ୍ରମାଗତ ବିଗୁଡୁଥିବା ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କେଜ୍ରିୱାଲ ।

ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ଅତିକମ୍‌ରେ 7000 ଶଯ୍ୟା ସଂରକ୍ଷିତ ରଖାଯାଉ । କେବଳ ଏତିକି ନୁହେଁ ଅକ୍ସିଜେନର ଅଭାବ ମଧ୍ୟ ପରିଲକ୍ଷିତ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେଜ୍ରିୱାଲ ।

ABOUT THE AUTHOR

...view details