ଓଡିଶା

odisha

ETV Bharat / bharat

ବୋମା ଆତଙ୍କ ପରେ ପାଟନାରେ ଅଟକିଲା ଇଣ୍ଡିଗୋ ବିମାନ - ପାଟନାରେ ଇଣ୍ଡିଗୋ ଅବତରଣ

ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବ୍ୟାଗରେ ବୋମା ଥିବା ଦାବି କଲେ ଯାତ୍ରୀ । ଅଧିକ ପଢନ୍ତୁ

ବୋମା ଆତଙ୍କ ପରେ ପାଟନାରେ ଅଟକିଲା ଇଣ୍ଡିଗୋ ବିମାନ
ବୋମା ଆତଙ୍କ ପରେ ପାଟନାରେ ଅଟକିଲା ଇଣ୍ଡିଗୋ ବିମାନ

By

Published : Jul 22, 2022, 7:15 AM IST

ନୂଆଦିଲ୍ଲୀ:ବିହାର ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଗୁରୁବାର ରାତିରେ ଇଣ୍ଡିଗୋର 6E2126 ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଥିବାର ସୂଚନା ଦେଇଥିଲେ । ଏହି ଖବର ଶୁଣିବା ପରେ ପାଟନା ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଥିଲା । ବିମାନ ବନ୍ଦରରେ ବିମାନକୁ ଅଟକାଯାଇ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା(Indigo Flight Ground At Patna) । ଏହାପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ହେଲେ ଖୋଜାଖୋଜି ପରେ ବ୍ୟାଗରେ କୌଣସି ବୋମା ନଥିବାର ଜଣାପଡିଥିଲା ।

ବୋମା ଆତଙ୍କ ପରେ ପାଟନାରେ ଅଟକିଲା ଇଣ୍ଡିଗୋ ବିମାନ

ବ୍ୟାଗ୍‌ରେ ବୋମା ଥିବା ଦାବି କରିଥିବା ଯାତ୍ରୀଙ୍କୁ ବର୍ତ୍ତମାନ ପୋଲିସ ଅଟକ ରଖି ପଚାରଉଚରା କରୁଛି । ଯାତ୍ରୀଙ୍କ ନାମ ଋଷି ଚାନ୍ଦ ହୋଇଥିବା ପରିଚୟ ମିଳିଛି । ତେବେ ଏହି ଯାତ୍ରୀ ଜଣକ ଜଣେ ମାନସିକ ରୋଗୀ ହୋଇଥିବା ବିମାନ ବନ୍ଦର ସୁରକ୍ଷା ଅଧିକାରୀ ଜଣାଇଛନ୍ତି । ସେପଟେ ଏହି ବୋମା ଆତଙ୍କ ପରେ ଦିଲ୍ଲୀ ଇଣ୍ଡିଗୋ ବିମାନ ଉଡାଣ ସ୍ଥଗିତ ରଖାଯାଇଛି । ଆଜି ସକାଳେ ବିମାନଟି ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାକୁ ଥିବା ସୂଚନା ମିଳିଛି ।

ABOUT THE AUTHOR

...view details