ନୂଆଦିଲ୍ଲୀ:ଦିଲ୍ଲୀରେ ସୁଧୁରୁନି ବାୟୁର ମାନ । ବାୟୁର ମାନରେ ସୁଧାର ଆଣିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କୌଣସି ସୁଧାର ଦେଖାଯାଉନାହିଁ ।ବିଷ ବଳୟ ମଧ୍ୟରେ ରହିଛି ଦିଲ୍ଲୀ । ଶୀତ ଦିନ ସାଙ୍ଗକୁ ପଡୋଶୀ ରାଜ୍ୟ କାରଣରୁ ବି ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଦୀପାବଳୀ ପରଠୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଇଛି । ଯେଉଁ କାରଣରୁ ପୂର୍ବ ଅପେକ୍ଷା ବାୟୁର ମାନ ଅତି ଖରାପ ସ୍ତରରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରବିବାର ସକାଳ 6.5 ସୁଦ୍ଧା ଦିଲ୍ଲୀରରେ ବାୟୁର ଗୁଣବତ୍ତା 385 ରେକର୍ଡ କରାଯାଇଛି । ଏଥିସହ ଫରିଦାବାଦରେ 380, ଗୁରୁଗ୍ରାମରେ 300, ଗାଜିଆବାଦରେ 341, ଗ୍ରେଟର ନୋଏଡାରେ 324 ଓ ହିସାରରେ 305 ଏକ୍ୟୁଆଇ ରେକର୍ଡ କରାଯାଇଛି ।
ସେହିଭଳି ଦିଲ୍ଲୀର 14ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ 400ରୁ ଉର୍ଦ୍ଧ୍ବ ରହିଥିବା ଦେଖାଯାଇଛି । ଦିଲ୍ଲୀର ଅଲ୍ଲିପୁରରେ 404, ପଞ୍ଜାବୀ ବାଗରେ 440, ନେହେରୁ ନଗରରେ 423, ସୋନିୟା ବିହାରରେ 429, ଜାହାଙ୍ଗୀରପୁରୀରେ 450, ଆଶୋକ ବିହାରରେ 432, ରୋହିଣୀ 423, ବିବେକ ବିହାରରେ 438, ବଜୀରପୁରରେ 455, ବଓ୍ବାନାରେ 429 ମୁଣ୍ଡକାରେ 441, ଆନନ୍ଦ ବିହାରରେ 431, ବୁରାଣ୍ଡିରେ 407 ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ବିଷାକ୍ତ ହେଉଛି ଦିଲ୍ଲୀର ପବନ, ଗୁରୁତର ହେଉଛି ସ୍ବାସ୍ଥ୍ୟ ସମସ୍ୟା