ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର, ୨୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରେକର୍ଡ ଶୀତ

ଦିଲ୍ଲୀରେ ଜାରି ରହିଛି ହାଡଭଙ୍ଗା ଶୀତର ପ୍ରକୋପ । ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହେଉଥିବା ବେଳେ ବାୟୁର ଗୁଣାବତ୍ତା ମଧ୍ୟ ବିଗିଡିବାରେ ଲାଗିଛି । ଅଧିକ ପଢନ୍ତୁ

By

Published : Jan 11, 2023, 6:15 PM IST

delhi fog
delhi fog

ନୂଆଦିଲ୍ଲୀ:ପୁଣି ବିଗିଡିଲା ଦିଲ୍ଲୀର ବାୟୁ ଗୁଣାବତ୍ତା । ଆଜି ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପ ସ୍ଥିତିରେ ରହିଛି । ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୪୨୧ ରେକର୍ଡ କରାଯାଇଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆବର୍ଷ ଆରମ୍ଭରୁ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ସମଗ୍ର ରାଜଧାନୀ ଦିଲ୍ଲୀ ଏବେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି । ଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହେଉଥିବା ବେଳେ ବାୟୁର ଗୁଣାବତ୍ତା ମଧ୍ୟ ବିଗିଡିବାରେ ଲାଗିଛି ।

SAFARର ସୂଚନାଅନୁସାରେ, ଆଜି(ବୁଧବାର) ସକାଳେ ଲୋଧି ରୋଡରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୧୦ ରହିଥିବା ବେଳେ ମଥୁରାରେ ୪୮୮ ରେକର୍ଡ କରାଯାଇଛି । ସେହିପରି ପୁଶାରେ ୪୨୫ ରହିଥିବା ବେଳେ ଦିଲ୍ଲୀ ୟୁନିଭରସିଟିରେ ବାୟୁ ସୂଚକାଙ୍କ ୪୧୦ ରେକର୍ଡ କରାଯାଇଛି । ତେବେ ଦିଲ୍ଲୀ ଏୟାରପୋର୍ଟରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୩୪ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Antibiotics ନିୟମିତ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ସମସ୍ୟା

ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦିଲ୍ଲୀରେ ଆଜି ସର୍ବନିମ୍ନ ୫.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ଘନ କୁହୁଡିର ଆସ୍ତରଣ ଯୋଗୁଁ ୧୦୦ ମିଟର ଦୂରକୁ ଦେଖିବା ଅସମ୍ଭବ ହୋଇଛି । ୨୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଶୀତ ଲହରି ପାଇଁ ବାୟୁର ଗୁଣାବତ୍ତା ଅତି ନିମ୍ନସ୍ତରରେ ପହଞ୍ଚିଛି । ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ଭାରତୀୟ ପାଣିପାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି, "ପାଞ୍ଚରୁ ୬ ଦିନ ହେବ ଦିଲ୍ଲୀରେ ଅତ୍ୟଧିକ ଶୀତ ଲହରୀ ଜାରି ରହିଛି । ଏଭଳି ପରିସ୍ଥିତି ୨୦୦୬ ମସିହାରେ ମଧ୍ୟ ସାମ୍ନାକୁ ଆସିଥିଲା । ସେତେବେଳେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ୨୦୧୩ ମସିହାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ବର୍ତ୍ତମାନ ତୃତୀୟ ଥର ଏଭଳି ସ୍ଥିତି ଉପଜୁଛି । ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ ଏବଂ ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ରହିଛି ।

ପ୍ରକାଶଥାଉକି, ଘନ କୁହୁଡିରେ ଲୋ-ଭିଜିବିଲିଟି କାରଣରୁ ଯୋଗାଯୋଗ ଓ ଯାତାୟତ ବିଶେଷ ଭାବେ ପ୍ରଭାବିତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ୧୦ଟୁ ବିମାନ ବିଳମ୍ବ ହୋଇଥିବା ସୂଚନା ରହିଛି ।

ABOUT THE AUTHOR

...view details