ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ବିଗୁଡୁଛି ବାୟୁର ମାନ । ରବିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟମମାନର ରହିଛି । ବାୟୁ ଗୁଣବତ୍ତା ଇଣ୍ଡେକ୍ସ ବା ଏକ୍ୟୁଆଇ 159 ଥିବା ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଏହାସହ ବାୟୁ ଗୁଣବତ୍ତା ଆସନ୍ତା ସୋମବାର ଓ ମଙ୍ଗଳବାର ଦିନ ଅଧିକ ବିଗିଡି ମଧ୍ୟମରୁ ନିମ୍ନମାନକୁ ପରିବର୍ତ୍ତିତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ବର୍ତ୍ତମାନ ଦିଲ୍ଲୀରେ ପବନର ବେଗ ଅଧିକ ରହିବା ସହ ଦକ୍ଷିଣ-ପଶ୍ଚିମ ଦିଗରେ ବୋହୁଥିବା ଲକ୍ଷ୍ୟ କରାଯାଇଛି ଏବଂ ବାୟୁ ଦିଗ ବଦାଳାଇ ପୂର୍ବ ଆଡକୁ ବହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ମାର୍ଚ୍ଚ 7 ତାରିଖରେ ବାୟୁର ଗୁଣବତ୍ତା ମଧ୍ୟମରୁ ସନ୍ତୋଷଜନକ ସ୍ଥିତିକୁ ଆସିବ ଏବଂ ମାର୍ଚ୍ଚ 9ରେ ମଧ୍ୟମରୁ ପୁଣି ବିଗିଡିବ ବୋଲି SAFAR ପୂର୍ବାନୁମାନ କରିଛି ।