ଓଡିଶା

odisha

By

Published : Nov 16, 2021, 9:06 AM IST

ETV Bharat / bharat

ଦିଲ୍ଲୀ ବାୟୂ ପ୍ରଦୂଷଣ: ଆଜି ବସିବ ୪ ରାଜ୍ୟର ଜରୁରୀ ବୈଠକ

ଚିନ୍ତା ବଢାଉଛି ଦିଲ୍ଲୀ ବାୟୂ ପ୍ରଦୂଷଣ । ଆଜି ୪ ରାଜ୍ୟ ସହ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଲୋଚନା ପରେ ସୁପ୍ରିମକୋର୍ଟରେ ସନ୍ଧ୍ୟାରେ ହୋଇପାରେ ସ୍ବତନ୍ତ୍ର ଶୁଣାଣି । ଅଧିକ ପଢନ୍ତୁ

ଦିଲ୍ଲୀ ବାୟୂ ପ୍ରଦୂଷଣ: ଆଜି ୪ ରାଜ୍ୟର ଜରୁରୀ ବୈଠକ
ଦିଲ୍ଲୀ ବାୟୂ ପ୍ରଦୂଷଣ: ଆଜି ୪ ରାଜ୍ୟର ଜରୁରୀ ବୈଠକ

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ଦିଲ୍ଲୀ ବାୟୂ ପ୍ରଦୂଷଣ । ଗତକାଲି(ସୋମବାର) ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ପରେ ଆଖପାଖ ୪ ରାଜ୍ୟର ସରକାରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ୪ ରାଜ୍ୟ ସହ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଆଲୋଚନା ପରେ ସୁପ୍ରିମକୋର୍ଟରେ ସନ୍ଧ୍ୟାରେ ସ୍ବତନ୍ତ୍ର ଶୁଣାଣି ହୋଇପାରେ ।

ସୂଚନା ଅନୁଯାୟୀ ଗତକାଲି(ସୋମବାର) ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ଅଦାଲତ । ଏଥିସହ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ଆଖପାଖ ୪ ରାଜ୍ୟ ସମେତ ଉଭୟ ସରକାର ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ର, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ହରିୟାଣା ସରକାରଙ୍କ ମଧ୍ୟରେ ଏକ ବୈଠକ ବସିବ ।

ସେହିପରି କୋର୍ଟ ହରିୟାଣା ଓ ପଞ୍ଜାବରେ ଅମଳ ପରବର୍ତ୍ତୀ ସମୟରେ ନଡାପୋଡା ରୋକିବା ଦିଗରେ ପଦକ୍ଷେପ ନେବାରେ ଉଭୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ ସଚେତନ କରିବା ଓ ଆବଶ୍ୟକ ସ୍ଥଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଦିଲ୍ଲୀ ଓ ପଡୋଶୀ ରାଜ୍ୟର ଗଭୀର ପ୍ରଦୂଷିତ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଓ ଯାନବାହନ ଚଳପ୍ରଚଳ ମାତ୍ରାକୁ ହ୍ରାସ କରିବା ପାଇଁ ସମ୍ପୃକ୍ତ ସରକାରମାନେ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ ।

ଏଥିସହ ସୁପ୍ରିମକୋର୍ଟ ମଧ୍ୟ ଲକଡାଉନ ସପକ୍ଷରେ ଅଛନ୍ତି । NCR ରାଜ୍ୟମାନଙ୍କ ସହ ଆଲୋଚନା କରି ଯଦି ଲକଡାଉନ ଚାହୁଁଛନ୍ତି ତେବେ ଘୋଷଣା କରିପାରନ୍ତି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଶେଷଜ୍ଞମାନେ ମଧ୍ୟ ଲକଡାଉନ ସପକ୍ଷରେ ବାହାରିଛନ୍ତି । ଯଦି ଦିଲ୍ଲୀରେ ଲକଡାଉନ କରାଯାଏ ତେବେ କିଛି ମାତ୍ରାରେ ପ୍ରଦୂଷଣ ରୋକାଯାଇ ପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

ABOUT THE AUTHOR

...view details