ଓଡିଶା

odisha

ETV Bharat / bharat

ସିଗାରେଟ୍‌ ଧୂଆଁଠୁ ବିପଦ ଦିଲ୍ଲୀ ବାୟୁ: ବିଶେଷଜ୍ଞ - ବାୟୁ ପ୍ରଦୂଷଣ

ଦିନକୁ ଦିନ ବିଗିଡିବାରେ ଲାଗିଛି ଜାତୀୟ ରାଜଧାନୀ ପରିବେଶ । ଦୀପାବଳୀ ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଚାରିଆଡ ଧୂଆଁମୟ ହୋଇଛି । ସିଗାରେଟ ଧୂଆଁ ଠାରୁ ବି ଆହୁରି ହାନିକାରକ ହୋଇଛି ଦିଲ୍ଲୀ ବାୟୁ । ଅଧିକ ପଢନ୍ତୁ...

ସିଗାରେଟ ଧୂଆଁଆଠୁ ବିପଦ ଦିଲ୍ଲୀ ବାୟୁ
ସିଗାରେଟ ଧୂଆଁଆଠୁ ବିପଦ ଦିଲ୍ଲୀ ବାୟୁ

By

Published : Nov 7, 2021, 9:17 AM IST

ନୂଆଦିଲ୍ଲୀ:ଦିନକୁ ଦିନ ବିଗିଡିବାରେ ଲାଗିଛି ଜାତୀୟ ରାଜଧାନୀ ପରିବେଶ । ଦୀପାବଳି ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଚାରିଆଡ ଧୂଆଁମୟ ହୋଇଛି । ସିଗାରେଟ ଧୂଆଁ ଠାରୁ ବି ଆହୁରି ହାନିକାରକ ହୋଇଛି ଦିଲ୍ଲୀ ବାୟୁ । ଲୋକମାନଙ୍କୁ ଅଣନିଶ୍ବାସୀ କରିବା ସହିତ କୋଭିଡ ଆକ୍ରାନ୍ତଙ୍କ ପାଇଁ ନିଶ୍ବାସ ନେବାରେ ଏହା ଅଧିକ ସମସ୍ୟା ସୃଷ୍ଟି କରିଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ର ବଢିବାରେ ଲାଗିଛି । ଆପୋଲୋ ହସ୍ପିଟାଲର ଡାକ୍ତର ରାଜେଶ ଚାୱାଲା କହିଛନ୍ତି ଶୀତ ଋତୁ ଆସିବା ମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବା ଆରମ୍ଭ ହୁଏ । ଆଉ ପାର୍ବଣ ଋତୁ ଟ୍ରାଫିକ ଯୋଗୁଁ ବାୟୁ ପ୍ରଦୂଷଣର ବୃଦ୍ଧି ସହିତ AQI ସ୍ତର ହ୍ରାସ ହୋଇଛି । ତେଣୁ ଶ୍ବାସକ୍ରିୟା ସମସ୍ୟା ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦୀପାବଳି ପରେ ୨୦ ପ୍ରତିଶତ ଶ୍ବାସକ୍ରିୟା ସମସ୍ୟା ଥିବା ରୋଗୀଙ୍କ ସଂଖ୍ୟା ବଢିଛି ।

ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିବର୍ଷ ଏପରି ସ୍ଥିତି ଉପୁଜୁଛି । ବାୟୁ ପ୍ରଦୂଷଣ ପାଇଁ ସମସ୍ତଙ୍କୁ ଭୋଗିବାକୁ ପଡୁଛି । ମୁଣ୍ଡବିନ୍ଧା, ଶ୍ବାସକ୍ରିୟା ସମସ୍ୟା ବିଶେଷ କରି ଫୁସଫୁସ ସମସ୍ୟା ଆସ୍ଥମା ସମସ୍ୟା ଦେଖା ଦେଉଛି । କୋଭିଡ ସଂକ୍ରମିତ ଓ ଶ୍ବାସ ରୋଗରେ ପୀଡିତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଦିଲ୍ଲୀ ବାୟୁର ଖରାପ ସ୍ଥିତି ନେଇ ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ ରହିବ ସେଠି କୋରୋନା ଅଧିକ ଘାତକ ହୋଇପାରେ । ଏହା ମଣିଷର ଫୁସଫୁସ ଉପରେ କୁପ୍ରଭାବ ପକାଇଥାଏ । ପ୍ରଦୂଷଣ ଯୋଗୁଁ କୋରୋନା ଲମ୍ବା ସମୟ ଯାଏଁ ବାୟୁରେ ରହିବ । ଆଉ ଏହା ପୁଣି ଦିଲ୍ଲୀରେ ସଂକ୍ରମଣକୁ ବୃଦ୍ଧି କରିପାରେ । ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି । ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ ଜମିରେ ଗଦା ଗଦା ନଡ଼ା ଜାଳିବା ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ଏଥିରୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ସେପଟେ ପଞ୍ଜାବ ଓ ହରିୟାଣାରେ କ୍ଷେତରେ ନଡ଼ା ଜଳାଯାଉଥିବା ବେଳେ ଏହି ପରିସ୍ଥିତି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ। ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଉପଗ୍ରହ ତଥ୍ୟ ଅନୁଯାୟୀ, କେବଳ ପଞ୍ଜାବରେ ୩୫୦୦ରୁ ଅଧିକ ନଡ଼ା ଗଦା ଜଳାଯାଇଥିବା ଫଟୋ ଉତ୍ତୋଳନ ହୋଇଛି । ପରିସ୍ଥିତି ସୁଧାରିବାର ଆଶା କ୍ଷୀଣ । ଦିଲ୍ଲୀ ପରିବେଶ ସ୍ବାଭାବିକ ହେବାକୁ ସମୟ ଲାଗିପାରେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details