ଓଡିଶା

odisha

ETV Bharat / bharat

୨୨ ଅପ୍ରେଲରୁ 2 ସପ୍ତାହ ବନ୍ଦ ରହିବ ଦିଲ୍ଲୀ AIIMS OPD - ରାଜଧାନୀ ଦିଲ୍ଲୀ

ଦେଶ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣରେ ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ, ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଏହାର OPD ସେବାକୁ ଏପ୍ରିଲ 22 ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

୨୨ ଅପ୍ରେଲରୁ 2 ସପ୍ତାହ ଦିଲ୍ଲୀ AIIMSରେ ବନ୍ଦ ରହିବ OPD
୨୨ ଅପ୍ରେଲରୁ 2 ସପ୍ତାହ ଦିଲ୍ଲୀ AIIMSରେ ବନ୍ଦ ରହିବ OPD

By

Published : Apr 20, 2021, 9:45 AM IST

ନୂଆଦିଲ୍ଲୀ: ସାରା ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କୋରୋନା । ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି କୋରୋନା ଭୂତାଣୁ । ତେବେ ଦେଶ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣରେ ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ, ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଏହାର OPD ସେବାକୁ ଏପ୍ରିଲ 22 ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଦେଶର ଅବସ୍ଥା ଏତେ ଖରାପ ହୋଇ ସାରିଛି ଯେ, କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବେଡ ବି ମିଳୁନାହିଁ । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏବେ ବେଡ ବଢ଼ାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ହେଲେ,ଏବେ ଏହାର ପ୍ରଭାବ ନନ୍‌-କୋଭିଡ୍‌ ରୋଗୀଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି । ତେବେ ଚାଲିଥିବା କୋଭିଡ୍ ମହାମାରୀର ବିସ୍ତାର ସମ୍ଭାବନାକୁ କମ କରିବା ଏବଂ କୋଭିଡ୍ ସନ୍ଦିଗ୍ଧ / ନିଶ୍ଚିତ ରୋଗୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିଲ୍ଲୀ ଏମ୍ସ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ , ୨୨ ଅପ୍ରେଲରୁ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲରେ ଓପିଡ଼ି ସର୍ଭିସ ବନ୍ଦ ରହିବ । ଏହାପରେ ସ୍ଥିତିର ସମୀକ୍ଷା କରାଯିବ ।

ଅନ୍ୟପଟେ କୋରୋନାଭାଇରସ ମାମଲାରେ ବୃଦ୍ଧି ଘଟିବାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ରାତି 10 ଟାରୁ 6 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।

ABOUT THE AUTHOR

...view details