ଡେରାଡୁନ:ଚାରି ବର୍ଷ ଧରି ନିଜକୁ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲେ ଯୁବକ । ହିନ୍ଦୁ ହୋଇବି ଦିନକୁ 5 ଥର କରୁଥିଲେ ନମାଜ ପାଠ । କିନ୍ତୁ ଡିପ୍ରେସନକୁ ଚାଲିଯାଇଥିବା ଥାନାରେ ଅଭିଯୋଗ କଲେ ଯୁବକଙ୍କ ବାପା । ସୋସିଆଲ ମିଡିଆରେ ପାକିସ୍ତାନକୁ ଯୁବକ ଜଣଙ୍କ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହରେ ଉଠାଇ ନେଇଛି ପୋଲିସ । ଉତ୍ତରାଖଣ୍ଡର ଡୋଇଓ୍ବାଲା ପୋଲିସ ଷ୍ଟେସନରୁ ସାମ୍ନାକୁ ଆସିଛି ଏପରି ଘଟଣା ।
ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ଦିନକୁ 5ଥର ନମାଜ ପାଠ କରନ୍ତି । ଅନ୍ୟ ଯୁବକଙ୍କୁ ମଧ୍ୟ ଇସଲାମ ଧର୍ମରେ ସାମିଲ ହେବାକୁ ପ୍ରବର୍ତ୍ତାଇଥାନ୍ତି । ବର୍ତ୍ତମାନ ପୁରା ଘଟଣାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି । ଏସପି ସିଟି ସରିତ ଡୋଭାଲ କହିଛନ୍ତି ଯେ, ଯୁବକଙ୍କ ବାପା ଡୋଇଓ୍ବାଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତାଙ୍କ କହିବା କଥା ତାଙ୍କ ପୁଅ ଡିପ୍ରେସନରେ ଥିଲା । କିନ୍ତୁ ଯୁବକ ଜଣଙ୍କ ପାକିସ୍ତାନ ସହ ସମ୍ପର୍କରେ ଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।
ଏହା ମଧ୍ୟ ପଢନ୍ତୁ-Manipur Violence: SIT ଟିମ ଗଠନ କଲା ସିବିଆଇ, ହିଂସାକାଣ୍ଡରେ ୬ ମାମଲା ରୁଜୁ