ଓଡିଶା

odisha

By

Published : Jul 4, 2023, 10:50 PM IST

ETV Bharat / bharat

କ୍ଲାସମେଟଙ୍କ ସହ ବୁଲିବାକୁ ଯାଇଥିଲେ କଲେଜ ଛାତ୍ରୀ, ଦୁଷ୍କର୍ମ କଲା ସାଙ୍ଗ !

କଲେଜ ସାଙ୍ଗଙ୍କ ସହ ପରିଭ୍ରମଣରେ ଯାଇଥିଲେ ଛାତ୍ରୀ । ରାସ୍ତାରେ ଦୁଷ୍କର୍ମ କଲା ବନ୍ଧୁ । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଛୁଟି କାଟିବାକୁ ଯାଇଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ବନ୍ଧୁ !
ଛୁଟି କାଟିବାକୁ ଯାଇଥିବା ବେଳେ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ବନ୍ଧୁ !

ହାଇଦ୍ରାବାଦ:ନିଜ କଲେଜ କ୍ଲାସମେଟଙ୍କ ସହ ପରିଭ୍ରମଣରେ ଯାଇଥିବା ବେଳେ ଜଣେ ଛାତ୍ରୀଙ୍କୁ ତାଙ୍କର ନିଜ ବନ୍ଧୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେଲେଙ୍ଗାନା ହନୁମାନକୋଣ୍ଡା କଲେଜରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କ ସହ ତାଙ୍କର ଜଣେ ବନ୍ଧୁ ଏପରି କରିଥିବା ଛାତ୍ରୀଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରବିବାର ଏହି କଲେଜର 7 ଜଣ ଛାତ୍ରଛାତ୍ରୀ ଟୁ-ହୁଇଲର ମୁଲୁଗୁ ଜିଲ୍ଲାର କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇଥିଲେ । ସେଠାରୁ ଫେରିବା ସମୟରେ ରବିବାର ରାସ୍ତାରେ ଏହି ଛାତ୍ରୀଜଣଙ୍କ ନିଜ ଗୋଷ୍ଠୀର ଜଣେ ଛାତ୍ରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ସ୍ଥାନୀୟ କାକିତ୍ଯ ବିଶ୍ବବିଦ୍ୟାଳୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଦେଇଥିବା ସୂଚନା ଅନୁସାରେ, ରବିବାର ହନୁମାନକୋଣ୍ଡା କଲେଜରେ ଗୋଟିଏ କ୍ଲାସରେ ପାଠ ପଢୁଥିବା 7ଜଣ ଛାତ୍ରଛାତ୍ରୀ ବାଇକରେ ମୋଗଲୁ ଜିଲ୍ଲାର ଭାଜେଦୁ ପରିଭ୍ରମଣ ପାଇଁ ଯାଇଥିଲେ ।

ସେମାନେ ଦିନରେ ବୁଲାବୁଲା ସାରି ସଂଧ୍ୟାରେ କଲେଜ ଅଭିମୁଖେ ଫେରିବା ଆରମ୍ଭ କରିଥିଲେ । ସଂଧ୍ୟାରେ ହନୁମାନକୋଣ୍ଡା ଜିଲ୍ଲାର କୋମାତପାଲିରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ କରିବା ପାଇଁ ଅଟକିଥିଲେ । ସେଠାରେ ଅନଭେସ ନାମକ ଜଣେ ଛାତ୍ର ଜଣେ ଛାତ୍ରୀଙ୍କୁ କୌଣସି ବାହାନାରେ ଅନ୍ୟ ସାଙ୍ଗମାନଙ୍କ ଠାରୁ କିଛି ଦୂର ନେଇଯାଇ ଦୁଷ୍କର୍ମ କରିଥିଲା । ସେଠାରେ ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ଛାତ୍ର ।

ଅନ୍ୟ ସାଙ୍ଗମାନେ କିଛି ସମୟ ଖୋଜାଖୋଜି କରିବା ପରେ ଛାତ୍ରୀଙ୍କୁ କିଛି ଦୂରରେ ଅଚେତ ଅବସ୍ଥାରେ ଠାବ କରିଥିଲେ ।ପରେ ତାଙ୍କୁ ଉଦ୍ଧାର କରି ଘରେ ଛାଡିଥିଲେ ସାଙ୍ଗମାନେ । ମାମଲା ଏବେ ସ୍ଥାନୀୟ ଥାନାରେ ପହଞ୍ଚିଛି । ସମ୍ପୃକ୍ତ ପୀଡିତା ଓ ତାଙ୍କ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିବା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଛାତ୍ର ଏବେ ଫେରାର ରହିଛି । ତାକୁ ଠାବ କରି ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଉକ୍ତ ଦିନ ପରିଭ୍ରମଣରେ ଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୋଲିସ ଥାନାକୁ ନେଇ ଜେରା କରିଛି । ଅଭିଯୁକ୍ତର ମୋବାଇଲ ଲୋକେସନ ସହାୟତାରେ ତାକୁ ଠାବ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details