ନୂଆଦିଲ୍ଲୀ: ବିଶ୍ବକୁ ନାଲି ଆଖି ଦେଖାଉଥିବା ଚୀନର ସେନାକୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତରରେ 8 କିଲୋମିଟର ପଛକୁ ହଟିବାକୁ ବାଧ୍ୟ କରିଛି ଭାରତ । ସୀମାର ବାକି ସ୍ଥାନରେ ମଧ୍ୟ ଚୀନକୁ ପଛକୁ ହଟିବାକୁ ପଡିବ । ଏପେଟେ ଭାରତୀୟ ସେନା ମଧ୍ୟ ନିଜର ପୁରୁଣା ସ୍ଥାନକୁ ଫେରିଆସିବ । ତେବେ ସୀମାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ସୀମାରେ ସେନା ପ୍ରତ୍ୟାହାର ନେଇ ସାମ୍ନାକୁ ଆସି ସାରିଛି ଭିଡିଓ । ହେଲେ ଭାରତ-ଚୀନ ସୀମାରେ ସେନା ପ୍ରତ୍ୟାହାର ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନାହିଁ ଭରସା । ରାହୁଲଙ୍କ ମନ୍ତବ୍ୟ ଭାରତୀୟ ଯବାନଙ୍କ ପରାକ୍ରମ ଓ ସୌର୍ଯ୍ୟ ଉପରେ ଉଠାଇଛି ପ୍ରଶ୍ନ ଚିହ୍ନ ।
ରାହୁଲ ଟ୍ବିଟ କରି ଭାରତ ସରକାରଙ୍କୁ 3ଟି ପ୍ରଶ୍ନ କରିଛନ୍ତି
1. ଆମ ସୈନ୍ୟଙ୍କୁ କଣ ପାଇଁ କୈଳାଶ ରେଞ୍ଜରୁ ପ୍ରତ୍ୟାହାର କରାଯାଉଛି?