ଓଡିଶା

odisha

ସଭାମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, ଗ୍ରହଣ କଲେନି ଫୁଲମାଳ

By

Published : Feb 17, 2022, 7:14 PM IST

Updated : Feb 17, 2022, 7:34 PM IST

ପଞ୍ଜାବରେ ନିର୍ବାଚନୀ ସଭାମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମଞ୍ଚରେ ଅଧିକ ଭିଡ କାରଣରୁ ଏପରି ଘଟିଥିବା ସୂଚନା । ଘଟଣାଟି ମଙ୍ଗଳବାରର । ଅଧିକ ପଢନ୍ତୁ

ମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
ମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ଚଣ୍ଡିଗଡ: ନିର୍ବାଚନୀ ସଭାମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତ ମଙ୍ଗଳବାର ପଞ୍ଜାବର ଫରିଦକୋଟରେ ଏକ ନିର୍ବାଚନ ସଭାମଞ୍ଚରେ ଏପରି ଅଘଟଣ ଦେଖିବାକୁ ମିଳିଛି । ତେବେ ସେ ଏଥିରେ କୌଣସିି ଆଘାତପ୍ରାପ୍ତ ହୋଇନଥିବା ସୂଚନା ରହିଛି ।

ସଭାମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ସଭାମଞ୍ଚରେ ଅତ୍ୟଧିକ ଭିଡ କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ତେବେ ସଭାମଞ୍ଚରେ ରାଜନାଥଙ୍କୁ ଫୁଲମାଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ଅବସରରେ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଭିଡ ଯୋଗୁ ଏପରି ଘଟିଥିଲା । ତେବେ ଘଟଣା ପରେ ରାଜନାଥ ଖୁବ କ୍ରୋଧିତ ନଜର ଆସିଥିବା ବେଳେ ଫୁଲମାଳ ମଧ୍ୟ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2022, 7:34 PM IST

ABOUT THE AUTHOR

...view details