ଓଡିଶା

odisha

ETV Bharat / bharat

Rafales deal: ଫ୍ରାନ୍ସଠୁ 26 ରାଫେଲ, 3 ସବମେରାଇନ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ - ରାଫେଲ କ୍ରୟ ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମାଦନ

ଫ୍ରାନ୍ସଠୁ 26 ରାଫେଲ ଓ 3 ସବମେରାଇନ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ । ଆଜିଠୁ ଫ୍ରାନ୍ସ ଗସ୍ତ କରଛନ୍ତି ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଘୋଷଣା ହେବ ଏହି ଚୁକ୍ତି । ଅଧିକ ପଢନ୍ତୁ

26 Rafales deal: ଫ୍ରାନ୍ସଠୁ 26 ରାଫେଲ ଓ 3 ସବମେରାଇନ କ୍ରୟ ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ
26 Rafales deal: ଫ୍ରାନ୍ସଠୁ 26 ରାଫେଲ ଓ 3 ସବମେରାଇନ କ୍ରୟ ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ

By

Published : Jul 13, 2023, 4:01 PM IST

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ଆରମ୍ଭ ହୋଇଥିବା ବେଳେ ଫ୍ରାନ୍ସଠୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ନୌସେନା ଫ୍ରାନ୍ସ ଠାରୁ ପାଇଁ 26ଟି ମେରାଇନ ଭର୍ସନ ରାଫେଲ ଯୁଦ୍ଧ ବିମାନ ଓ 3 ସର୍ପିଓନ ବର୍ଗର ସବମେରାଇନ କ୍ରୟ କରାଯିବ । ଆଜି ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ବୈଠକରେ ଅନୁମୋଦନ ମିଳିଛି । DAC ବୈଠକରେ ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଏହି କ୍ରୟଚୁକ୍ତି ସ୍ବାକ୍ଷରିତ ହେବା ପ୍ରକ୍ରିୟା ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ନୌସେନା ପାଇଁ ଆସିବ 26 ରାଫେଲ: ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ଫାଇନାଲ ହେବ ଡିଲ୍ !

ହେବାକୁ ଥିବା ଏହି ନୂତନ ଡିଲ୍‌ରେ ଫ୍ରାନ୍ସ ଠାରୁ କିଣାଯିବାକୁ ଥିବା 26 ରାଫେଲ ବିମାନ ମଧ୍ୟରେ 22ଟି ସିଙ୍ଗଲ ସିଟର ରାଫେଲ ବିମାନ ଭାରତୀୟ ନୌସେନା ପାଇଁ କ୍ରୟ ହେବ । ଅବଶିଷ୍ଟ 4ଟି ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଭାବେ କ୍ରୟ କରାଯିବ। ଏହା ବ୍ୟତୀତ ଭାରତ 4ଟି ଅତ୍ୟାଧୁନିକ ସ୍କର୍ପିଓନ କ୍ଲାସ ସବମେରାଇନ ମଧ୍ୟ ଫ୍ରାନ୍ସଠୁ କ୍ରୟ କରି ନୌସେନାରେ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ଫ୍ରାନ୍ସର ଦାସ ଆଭିଏସନ ପକ୍ଷରୁ 36ଟି ଅପଗ୍ରେଡ ଭର୍ସନର ରାଫେଲ ଯୁଦ୍ଧ ବିମାନକୁ ଭାରତକୁ ହସ୍ତାନ୍ତର କରାଯାଇ ସାରିଛି । ଏହି କ୍ରୟକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା । ଏହି କ୍ରୟ ପ୍ରକ୍ରିୟାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଘୋଟାଲା କରିଥିବା କଂଗ୍ରେସ ଅଭିଯୋଗ କରିଆସିଛି ।

ଏହା ମଧ୍ୟ ପଢନ୍ତୁ:-ଫ୍ରାନ୍ସ ଗସ୍ତ କଲେ ପ୍ରଧାନମନ୍ତ୍ରୀ, ପ୍ୟାରିସ ହିଂସାର କୌଣସି ପ୍ରଭାବ ପଡିବନି କହିଲା ବିଦେଶ ମନ୍ତ୍ରଣାଳୟ

ବର୍ତ୍ତମାନ ବୈଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ତାର ସେନାର ନବୀକରଣ କାର୍ଯ୍ୟ ଜାରି ରଖିଛି । 3 ସେନା ପାଇଁ ଅତ୍ୟାଧୁନିକ ଉପକରଣ କ୍ରୟ କରାଯିବା ପ୍ରକ୍ରିୟା ଜାରି ରହିଛି । ଏବେ ଭାରତୀୟ ନୌସେନା ନିକଟରେ ଥିବା ବିମାନବାହକ ଯୁଦ୍ଧପୋତ INS ବିକ୍ରାନ୍ତ ଓ INS ବିକ୍ରମାଦିତ୍ୟରେ ମିଗ-29 ଯୁଦ୍ଧ ବିମାନ ଅପରେଟିଂ ହେଉଛି । ଏହି ନୂତନ ତଥା ଅତ୍ୟାଧୁନିକ ମେରାଇନ ଭର୍ସନର ରାଫେଲ ବିମାନରେ ନୌସେନାରେ ସାମିଲ ହେବା ପରେ ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୈସେନା । ଚୁକ୍ତିନାମା ସ୍ବାକ୍ଷର ବେଳେ ଏହି ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାର ଅବଧି ସମୟରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details