ଓଡିଶା

odisha

ETV Bharat / bharat

ସଶକ୍ତ ହେବ ଶସସ୍ତ୍ର ବଳ, 70 ହଜାର କୋଟିର ଅସ୍ତ୍ରଶସ୍ତ୍ର କିଣିବ ଭାରତ

ଶକ୍ତିଶାଳୀ ହେବ ଭାରତୀୟ ଶସସ୍ତ୍ର ବଳ । 70 ହଜାର କୋଟିର ଅସ୍ତ୍ରଶସ୍ତ୍ର କିଣାଯିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ

କିଣାଯିବ 70 ହଜାର କୋଟିର ଅସ୍ତ୍ରଶସ୍ତ୍ର, ଅନୁମୋଦନ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ
କିଣାଯିବ 70 ହଜାର କୋଟିର ଅସ୍ତ୍ରଶସ୍ତ୍ର, ଅନୁମୋଦନ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

By

Published : Mar 16, 2023, 6:24 PM IST

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ଶସସ୍ତ୍ର ବଳ । କିଣାଯିବ 70 ହଜାର କୋଟିର ଅସ୍ତ୍ରଶସ୍ତ୍ର । ଆଜି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ଭାରତୀୟ ତିନିସେନା ପାଇଁ ଏହି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣ କିଣାଯିବା ନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(DAC) ବୈଠକରେ ପ୍ରସ୍ତାବ ଅନୁମୋଦନ ପାଇଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା DAC ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଭାରତୀୟ ନୌସେନା ପାଇଁ 60ଟି ସ୍ବଦେଶୀ ନିର୍ମିତ ହେଲିକପ୍ଟର, ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ପ୍ରଣାଳୀର ନୌସେନା ସଂସ୍କରଣ କିଣାଯିବ । ସ୍ଥଳସେନା ପାଇଁ 307 ଆର୍ଟେଲେରୀ ହାଇଚର (ATAGS howitzers) କ୍ରୟ କରାଯିବାର ପ୍ରସ୍ତାବ ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ସ୍ବେଦଶୀ ନିର୍ମିତ 9ଟି ହାଲୁକା ଲଢୁଆ ହେଲିକପ୍ଟର ‘ଧ୍ରୁବ’ କ୍ରୟ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସରାକରୀ ସୂତ୍ରରୁ ସୂଚନା ମିଳିଛି । ଏହି ଯୁଦ୍ଧାସ୍ତ୍ର ଓ ଅନ୍ୟ ଉପକରଣ କିଣାଯିବାରେ ପ୍ରାୟ 70 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ନେଇ ବରାଦ ରହିଛି । ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏହି କ୍ରୟ ପ୍ରକ୍ରିୟାରେ ‘ଆତ୍ମନିର୍ଭର ଭାରତ ମିଶନ’କୁ ପ୍ରାଧନ୍ୟ ଦିଆଯିବ ।

ଏହି ଅନୁମୋଦିତ ପ୍ରସ୍ତାବକୁ ମିଶାଇ ଆର୍ଥିକ ବର୍ଷ 2022-23ରେ ପ୍ରତିରକ୍ଷା କ୍ରୟ ଟେଣ୍ଡର ରାଶି 2,71,538 କୋଟିରେ ପହଞ୍ଚିଛି । ସେଥିମଧ୍ୟରୁ 98.9 ପ୍ରତିଶତ କ୍ରୟ କେବଳ ସ୍ବଦେଶୀ ନିର୍ମିତ ପ୍ରତିରକ୍ଷା କମ୍ପାନୀରୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ଭାରତ ମିଶନକୁ ଗୁରୁତ୍ବ ଦେଉଛନ୍ତି ।

ଭାରତ-ଚୀନ ଗଲଓ୍ବାନ ସଂଘର୍ଷ ଓ ଗତବର୍ଷଠାରୁ ଜାରି ରହିଥିବା ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ବର ସାମରିକ ଦୃଶ୍ଯପଟରେ ପରିବର୍ତ୍ତନ ଘଟିଛି । ସାମ୍ପ୍ରତିକ ସମୟର ଆହ୍ବାନ ଓ ଆବଶ୍ୟକତାକୁ ଦେଖି ସେନାର ନବୀକରଣ ଓ ଆଧୁନିକୀକରଣ କରାଯିବା କ୍ଷେତ୍ରରେ ମଧ୍ୟ ପ୍ରାଥମିକତା ଦିଆଯାଉଛି । ବିଭିନ୍ନ ବିଦେଶୀ ରାଷ୍ଟ୍ରଠାରୁ ଯୁଦ୍ଧାସ୍ତ୍ର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ସହ ସ୍ବଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କିମ୍ବା ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି ।

ଏହି କ୍ରମରେ ଭାରତ ମଧ୍ୟ କିଛି କ୍ଷେତ୍ରରେ ସଫଳତା ପାଇବାରେ ଲାଗିଛି । ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ବିକାଶ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବାରେ ଲାଗିଛି । DRDO ଦ୍ବାରା ନିକଟ କିଛି ବର୍ଷରେ ଏକାଧିକ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ବିକଶିତ କରାଯାଇଛି । ଏବେ ସେଗୁଡିକ ବିଦେଶକୁ ରପ୍ତାନୀ କରିବା ଦିଗରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଗଲାଣି । ଏବେ ଆଉ 70 ହଜାର କୋଟିର ଯୁଦ୍ଧାସ୍ତ୍ର ସେନାକୁ ଭେଟି ଦେବାକୁ ଯାଉଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details