ଶ୍ରୀନଗର: ଜମ୍ମୁ କାଶ୍ମୀର ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଭାରତୀୟ ସେନାର ଉଚ୍ଚସ୍ତରୀୟ ସେନାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅଧିକାରୀମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବର୍ତ୍ତମାନର ଅବସ୍ଥା ଓ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ଅବଗତ ମଧ୍ୟ କରିଛନ୍ତି ।
ସୀମାରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାଶ୍ମୀର ଗସ୍ତ
ସୀମାରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେନା ଯବାନଙ୍କ ବୀରତା ନେଇ କଲେ ପ୍ରଶଂସା । ସେନା କ୍ୟାମ୍ପରେ ଯବାନଙ୍କ ସହ କଲେ ମଧ୍ୟାହ୍ନ ଭୋଜନ । ଅଧିକ ପଢନ୍ତୁ
ସେଠାରେ ରାଜନାଥ ଏକାଧିକ ସେନା କ୍ୟାମ୍ପ ମଧ୍ୟ ସେ ପରିଦର୍ଶନ କରିଥିଲେ । କାଶ୍ମୀରର ବାରମୁଲ୍ଲା କ୍ୟାଣ୍ଟନମେଣ୍ଟରେ ନିୟୋଜିତ ସେନା ଯବାନଙ୍କୁ ସମ୍ବୋଧିତ କରି ରାଜନାଥ କହିଥିଲେ, ଭାରତକୁ କ୍ଷତାକ୍ତ କରିବା ପାଇଁ ପାକିସ୍ତାନ ସର୍ବଦା ଷଡଯନ୍ତ୍ର କରିଆସିଛି । କିନ୍ତୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଓ ବୀର ଯବାନ ନିଜେ କ୍ଷତାକ୍ତ ହୋଇ ପାକିସ୍ତାନର ସମସ୍ତ ଷଡଯନ୍ତ୍ର ନିଷ୍ଫଳ କରିବାରେ ସକ୍ଷମ ହୋଇଛନ୍ତି । ଦେଶବାସୀ ଯବାନଙ୍କ ସହ ଅଛନ୍ତି ଓ ସେମାନଙ୍କ ବୀରତାକୁ ନେଇ ଗର୍ବ ମଧ୍ୟ କରନ୍ତି ବୋଲି ମଧ୍ୟ ରାଜନାଥ କହିଥିଲେ । ସେନା କ୍ୟାମ୍ପରେ ଯବାନଙ୍କ ସହ ରାଜନାଥ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ