ଲକ୍ଷ୍ନୌ:ଆସନ୍ତା ମାସରେ ଉତ୍ତର ପ୍ରଦେଶ ନିର୍ବାଚନ । ଏନେଇ ସରଗମ ରହିଛି ରାଜନୀତି । ଗଡ ହାତେଇବା ପାଇଁ ବିଜେପି ଆରମ୍ଭ କରି ଦେଇଛି ପ୍ରସ୍ତୁତି । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି(ଗୁରୁବାର) ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ପଶ୍ଚିମ ଉତ୍ତର ପ୍ରଦେଶରେ କ୍ୟାମ୍ପନିଂ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ବାଗପାତରେ ଚୌପଲ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହାସହ ଗାଜିଆବାଦର ମୋଦିନଗରରେ ସ୍ଥାନୀୟ ଲୋକଙ୍କ ଆଲୋଚନା କରିବେ । ୧୯ ଜାନୁଆରୀରେ ବିଜେପି ୟୁପି ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା । ତେବେ କୋରୋନାରୁ ମୁକ୍ତ ହେବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ରାଜନାଥ ।