ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋଭିଡ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ହୋମ ଆସୋଲେସନରେ ରହିଛନ୍ତି । କିଛି ଲକ୍ଷଣ ଦେଖାଯିବା ପରେ କୋଭିଡ ପରୀକ୍ଷା କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହିଛନ୍ତି । ବିଶେଷ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ କହିଛନ୍ତି ।
ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ବାୟୁ ସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେବାର ଥିଲା । ମାତ୍ର ସେ ଅସୁସ୍ଥ ଅନୁଭବ କରିଥିଲେ । କିଛି କୋରୋନା ଲକ୍ଷଣ ଦେଖାଯିବାରୁ ସେ କୋଭିଡ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସି ଥିବାରୁ ସେ ଭାରତୀୟ ବାୟୁ ସେନା କମାଣ୍ଡରସ ସମ୍ମିଳନୀରେ ଯୋଗ ଦେଇ ପାରିନାହାନ୍ତି । ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଥିବା ତାଙ୍କ ଅଫିସିଆଲ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ରହିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିବା ସହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏପ୍ରିଲ 17 ତାରିଖରେ ପ୍ରଥମ ସେନା କମାଣ୍ଡସ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂହ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।