ଓଡିଶା

odisha

ETV Bharat / bharat

ଜାହାଜ ‘ବିଗ୍ରହ’ର ଜଳାବତରଣ; ଡିଜାଇନ ଠୁ ଡେଭଲପିଂ ସମ୍ପୂର୍ଣ୍ଣ ସ୍ବଦେଶୀ - ଭାରତୀୟ ନୌସେନା ଯୁଦ୍ଧ ଜାହାଜ ବିଗ୍ରହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେନ୍ନାଇରେ ଅନୁଷ୍ଠିତ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଜଳାବତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ବିଗ୍ରହ’ ଆଜି ବିଦ୍ଧିବଧ ଭାବେ ଜଳାବତରଣ କରିଛି । ଅଧିକ ପଢନ୍ତୁ...

vigraha
vigraha

By

Published : Aug 28, 2021, 2:40 PM IST

ଚେନ୍ନାଇ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେନ୍ନାଇରେ ଅନୁଷ୍ଠିତ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଜଳାବତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ବିଗ୍ରହ’ ର ଆଜି ବିଦ୍ଧିବଧ ଭାବେ ଜଳାବତରଣ ହୋଇଛି। ଏହି ଜାହାଜକୁ ଆନ୍ଧ୍ରପ୍ରଦେଶ ସ୍ଥିତ (ଭାଇଜାଗ) ରୁ ସଞ୍ଚାଳନ କରାଯିବ । ଜାହାଜର ପରିଚାଳନା ପାଇଁ ମୋଟ ୧୧୦ ଜଣ ନାବିକ ୧୧ ଜଣ କର୍ମଚାରୀ ମୁତୟନ ହୋଇଛନ୍ତି ।

ଜାହାଜ ‘ବିଗ୍ରହ’ର ଜଳାବତରଣ; ଡିଜାଇନ ଠାରୁ ଡେଭଲପିଂ ସମ୍ପୂର୍ଣ୍ଣ ସ୍ବଦେଶୀ

ଜାହାଜର ନିର୍ମାଣ ‘ଲାର୍ସନ ଆଣ୍ଡ ଟୁବ୍ରା ସିପ ବିଲ୍ଡିଂ ଲିମିଟେଡ’ କମ୍ପାନୀ କରିଛି । ନୌସେନାରେ ଜାହାଜ ‘ବିଗ୍ରହ’ ସାମିଲ ହେବା ପରେ ଏବେ ମୋଟ ୧୫୭ ଯୁଦ୍ଧ ଜାହାଜ ଓ ୬୬ ବିମାନ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଜାହାଜ ବିଗ୍ରହର ସାମିଲ ପରେ ନୌସେନାର ଶକ୍ତି ବୃଦ୍ଧି ପାଇବ । ଦେଶର ସାମୁଦ୍ରିକ ସୀମା ସୁରକ୍ଷା ଓ ଶକ୍ତିକୁ ନିଶ୍ଚିତ କରିବ । ସାମୁଦ୍ରିକ ସୁରକ୍ଷା ବୃଦ୍ଧି କାରଣରୁ ୨୦୦୮ ପର ଠାରୁ ସମୁଦ୍ର ପଥରେ ଆତଙ୍କବାଦ ପ୍ରବେଶ ବନ୍ଦ ହୋଇଛି । ସେହିପରି ଯୁଦ୍ଧ ଜାହାଜ ବିଗ୍ରହ ସମ୍ପର୍କରେ ସୂଚନା ଦେଇ ରାଜନାଥ କହିଛନ୍ତି, ଏହା ଅତ୍ୟାଧୁନିକ ଆଡଭାନ୍ସ ରାଡାରଲେସ ରହିଛି । ଯାହା ସୁରକ୍ଷା ଓ ସୂଚନା କ୍ଷେତ୍ରରେ ନୌସେନାକୁ ପୁରା ଶକ୍ତିଶାଳୀ କରିବ । ଏହି ଜାହାଜ ଏକ ଶହ ମିଟର ଲମ୍ବା ରହିଛି । ଜାହାଜରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବାବେଳେ ନୌସେନାର ସମସ୍ତ ଉପକରଣ, ଯୋଗାଯୋଗ ବ୍ୟବସ୍ଥା, ସେନସର ରହିଛି । ଆଉ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ସାମୁଦ୍ରିକ କ୍ଷେତ୍ରରେ ଆସିବାକୁ ଥିବା ଆହ୍ବାନର ମୁକାବିଲା କରିପାରିବ ଜାହାଜ ବିଗ୍ରହ ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଆଉ ଏକ ବଡ ସୂଚନା ଦେଇ କହିଛନ୍ତି, ଏହି ଜାହାଜର ଡିଜାଇନ ଠାରୁ ଆରମ୍ଭ କରି ଡେଭଲପିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ହୋଇଛି । ଯାହା ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ଆଉ ପାଦେ ଆଗକୁ ନେଇଛି । ଶେଷରେ ରାଜନାଥ କହିଛନ୍ତି ଭାରତୀୟ ନୌସେନାର ଯାତ୍ରା ୫ ରୁ ୭ ଟି ଛୋଟ ଡଙ୍ଗା, ୧୫୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ଆଜି ଏହି ଯାତ୍ରା ୨ ହଜାରରୁ ଅଧିକ କର୍ମଚାରୀ, ୧୫୦ ରୁ ଅଧିକ ଯୁଦ୍ଧ ଜାହାଜ ଓ ୬୫ ରୁ ଅଧିକ ବିମାନ ପର୍ଯ୍ୟନ୍ତ ପହଞ୍ଚିଛି ।

@ANI

ABOUT THE AUTHOR

...view details