ଓଡିଶା

odisha

ETV Bharat / bharat

ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି (ରବିବାର) ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ୍‌ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଅଧିକ ପଢନ୍ତୁ

ଜମ୍ମୁରେ ପ୍ରତିରକ୍ଷାମନ୍ତ୍ରୀ, ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ କହିଲେ ରାଜନାଥ
ଜମ୍ମୁରେ ପ୍ରତିରକ୍ଷାମନ୍ତ୍ରୀ, ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ କହିଲେ ରାଜନାଥ

By

Published : Jul 24, 2022, 4:05 PM IST

ଶ୍ରୀନଗର: ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି (ରବିବାର) ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ୍‌ ଅଧିକୃତ କାଶ୍ମୀର ନେଇ ଭାରତ ସଂସଦରେ ପ୍ରସ୍ଥାବ ପାରିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ପାକ୍‌ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଏହା କିପରି ହୋଇପାରିବ ଶିବ ସ୍ବରୁପ ବାବା ଅମରନାଥ ଏବଂ ମା' ଶାରଦା ଶକ୍ତି ସ୍ବରୁପା ଏଲଓସିରେ ଆମ ପାଖରେ (Line of Control) । ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଜନାଥ ଆହୁରି କହିଛନ୍ତି, "ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ସମସ୍ତଙ୍କୁ ଦେଶ ମନେ ରଖିବ । ଆମ ସେନା ଦେଶ ପାଇଁ ସବୁବେଳେ ଏହି ଶ୍ରେଷ୍ଠ ବଳିଦାନ ଦେଇଛନ୍ତି । ଅନେକ ସାହାସୀ ସୈନିକ 1999 ଯୁଦ୍ଧରେ ଜୀବନ ଦେଇଥିଲେ । ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି ।"

1962ରେ ଚୀନ ଆମ ପିଏମ ପଣ୍ଡିତ ନେହେରୁଙ୍କ ସହ ଲଦାଖରେ ଆମ ସ୍ଥାନ ଅକ୍ତିଆର କରିଥିଲା । ମୁଁ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉନାହିଁ । ଉଦ୍ଦେଶ୍ୟ ଭଲ ହୋଇପାରେ କିନ୍ତୁ କିଛି ପଲିସି ଲାଗୁ ହୋଇନଥିଲା ।" ଭାରତ ବର୍ତ୍ତମାନ ବିଶ୍ବରେ ଶକ୍ତିଶାଳୀ ଦେଶ ହୋଇଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ର ରାଜନାଥ ସିଂ ।

ABOUT THE AUTHOR

...view details