ଓଡିଶା

odisha

By

Published : Nov 21, 2021, 7:24 PM IST

ETV Bharat / bharat

ନୌସେନାରେ INS Visakhapatnam ସାମିଲ, ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ

ନୌସେନାରେ ସାମିଲ ହେଲା INS Visakhapatnam guided missile destroyer ଯୁଦ୍ଧ ଜାହାଜ । ସ୍ବେଦେଶୀ ଜ୍ଞାନ କୌଶଳରେ ନିର୍ମତ ଏହି ଯୁଦ୍ଧ ଜାହାଜ 163m ଲମ୍ବ ଓ 7,400 ଟନ ଓଜନ ବିଶିଷ୍ଠ । ଲୋକାର୍ପିତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ନୌସେନାରେ ସାମିଲ ହେଲା INS ବିଶାଖାପାଟନମ, ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ
ନୌସେନାରେ ସାମିଲ ହେଲା INS ବିଶାଖାପାଟନମ, ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ:ନୌସେନାରେ ସାମିଲ ହେଲା INS Visakhapatnam । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ବିଦ୍ଧିବଦ୍ଧ ଭାବେ ନୌସେନାରେ ସାମିଲ କରିଛନ୍ତି । ଏହି ଅବସରରେ ବିଶ୍ୱ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (Indo-Pacific)ମାର୍ଗକୁ ସୁରକ୍ଷିତ ରଖିବା ଭାରତୀୟ ନୌସେନାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି । ରବିବାର (ଆଜି) ମୁମ୍ବାଇର ନୌସେନା କମାଣରେ ଏହି ସମାରୋହ ଆୟୋଜିତ କରାଯାଇଥିଲା ।

ରାଜନାଥ କହିଛନ୍ତି, ଆଗାମୀ କିଛି ବର୍ଷରେ ଭାରତ ତାର ସାମରିକ ଶକ୍ତି ବୃଦ୍ଧି କରିବା ଲକ୍ଷ ରଖିଛି ଏବଂ ପ୍ରତିରକ୍ଷା ବଜେଟରେ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଭାରତ ନିଜସ୍ବ ଜ୍ଞାନ କୌଶଳରେ ସ୍ୱଦେଶୀ ଜାହାଜ ନିର୍ମାଣ ଦିଗରେ ଗତି କରିଛି । ସେ କହିଛନ୍ତି ,ଭାରତୀୟ ନୌସେନା ଦ୍ୱାରା କ୍ରୟ ପାଇଁ ଅର୍ଡର ଦିଆଯାଇଥିବା 41ଟି ଅତ୍ୟାଧୁନିକ ଜାହାଜ ମଧ୍ୟରୁ 38 ଟି ଜାହାଜ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଛି । ଏହା ଭାରତର ସ୍ୱଦେଶୀକରଣର ସର୍ବୋତ୍ତମ ଉଦାହରଣ ଅଟେ । ସେ ଆନୁଷ୍ଠାନିକ ଭାବେ ମୁମ୍ବାଇ ନାଭାଲ କମାଣରେ INS ବିଶାଖାପାଟନମକୁ ନୌସେନା ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । INS ବିଶାଖାପାଟନମ୍ ହେଉଛି ପ୍ରୋଜେକ୍ଟ 15-B ର ଗାଇଡେଡ ମିସାଇଲ୍ ବିନାଶକାରୀ ଜାହାଜ ଶ୍ରେଣୀର ଭାରତରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ଜାହଜ ।

INS ବିଶାଖାପାଟନମ୍ ସ୍ୱଦେଶୀ ଇସ୍ପାତ DMR-249A ବ୍ୟବହାର କରି ନିର୍ମିତ ହୋଇଛି । ଏହା 163 ମିଟର ଲମ୍ବ ହୋଇଥିବା ବେଳେ 7,400 ଟନରୁ ଅଧିକ ଓଜନ ବିଶିଷ୍ଟ ବୃହତ ଯୁଦ୍ଧ ଜାହଜ । ଏହାର ନିର୍ମାଣରେ ଆତ୍ମନିର୍ଭର ଭାରତରେ ପ୍ରାୟ 75 ପ୍ରତିଶତ ଅବଦାନ ରହିଛି । ଏହି ଅତ୍ୟାଧୁନିକ ଜାହାଜଟି ସାମୁଦ୍ରିକ ଯୁଦ୍ଧ ଓ ଅଭ୍ୟାସ ସମ୍ପର୍କିତ ବହୁ କାର୍ଯ୍ୟ ଏବଂ ମିଶନକୁ ସଫଳତାର ରୂପ ଦେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ବୋଲି କୁହାଯାଉଛି ।

ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ବ୍ୟବସ୍ଥା ବକଶିତ ହୋଇଛି । ଯେଉଁଥିରେ ସୁପରସୋନିକ୍ ଭୂପୃଷ୍ଠରୁ-ଭୂପୃଷ୍ଠ ଏବଂ ବାୟୁ-କ୍ଷେପଣାସ୍ତ୍ର, ମଧ୍ୟମ ଏବଂ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ଆଣ୍ଟି-ବୁଡ଼ାଜାହାଜ ରକେଟ୍ ଏବଂ ଉନ୍ନତ ବୈଦୁତିକ ଯୁଦ୍ଧ ଏବଂ ଅତ୍ୟାଧୁନିକ ଯୋଗାଯୋଗ ସରଞ୍ଜାମ ବିକଶିତ ହୋଇଥିବା କହିଛି ନୌସେନା । ଜାହାଜଟି ଗ୍ୟାସ ଚାଳିତ ହୋଇଥିବାବେଳେ ସର୍ବାଧିକ ଘଣ୍ଟା ପ୍ରତି 30 knot ବେଗରେ ଗତି କରିପାରିବ । ସେହିପରି ଏକକାଳୀନ ଦୁଇ ହେଲିକପ୍ଟର ମଧ୍ୟ ଏଥିରେ ଅବତରଣ କରିପାରିବାର କ୍ଷମତା ବିକଶିତ କରାଯାଇଛି । ଏଥିରେ ଅତ୍ୟାଧୁନିକ ଡିଜିଟାଲ୍ ନେଟୱାର୍କ, କମ୍ବାଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଏବଂ ଏକ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସିଷ୍ଟମ ମଧ୍ୟ ବିକଶିତ କରାଯାଇଛି, ଯାହା ଏହାକୁ ଏକ ଅତ୍ୟାଧୁନିକ ଯୁଦ୍ଧ ପୋତ ଭାବେ ବିଶିଷ୍ଟ ପରିଚୟ ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details