ନୂଆଦିଲ୍ଲୀ:ଭାରତରେ ହେବାକୁ ଥିବା ଏସିଆ ମହାଦେଶର ସର୍ବବୃହତ ସାମରିକ ପ୍ରଦର୍ଶନୀ ତଥା ଡିଫେନ୍ସ ଏକ୍ସପୋ-୨୦୨୨କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଆଜି ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ତେବେ ଏହି ମେଗା ସାମରିକ ପ୍ରଦର୍ଶନୀ ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗର ଅନୁଷ୍ଠିତ ହୋଇଥାନ୍ତା ।
ଲଜିଷ୍ଟିକ୍ ସମସ୍ୟା କାରଣରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଘୁଞ୍ଚାଇଛନ୍ତି । ଏଥିସହ କେଉଁ ତାରିଖରୁ ପୁଣି ଏହା ଅନୁଷ୍ଠିତ ହେବ ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ତେବେ ଏହି ୧୨ତମ ଡିଫେନ୍ସ ଏକ୍ସପୋରେ ଏସିଆ ମହାଦେଶର ବହୁତ ରାଷ୍ଟ୍ର ଯୋଗ ଦେଇଥାନ୍ତେ ।