ଓଡିଶା

odisha

Attacks in Israel: ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା, କହିଲେ ଇସ୍ରାଏଲ ସହ ଛିଡା ହୋଇଛି ଭାରତ

By ETV Bharat Odisha Team

Published : Oct 7, 2023, 6:35 PM IST

ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଏପରି କଠିନ ସମୟରେ ଭାରତ ଇସ୍ରାଏଲ ସହ ଛିଡା ହୋଇଛି । ଅଧିକ ପଢନ୍ତୁ

Attacks in Israel: ଇସ୍ରାଏଲ ସହ ରହିଛି ଭାରତ, ସମବେଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Attacks in Israel: ଇସ୍ରାଏଲ ସହ ରହିଛି ଭାରତ, ସମବେଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ୍‌ ଆତଙ୍କବାଦୀଙ୍କ ପ୍ରଚଣ୍ଡ ଆକ୍ରମଣକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆକ୍ରମଣ ତାଙ୍କୁ ଗଭୀର ଭାବେ ଆଶ୍ଚର୍ଯ୍ୟ ଚକିତ କରିଛି । ଏପରି କଠିନ ସମୟରେ ଇସ୍ରାଏଲ ସହ ଭାରତ ଛିଡା ହୋଇଛି । ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ନୀରିହ ପୀଡିତ ଓ ତାଙ୍କ ପରିବାର ପ୍ରତି ସମବେଦନ ଜଣାଇବା ସହ ଭାରତ ଏପରି କଠିନ ସମୟରେ ଇସ୍ରାଏଲ ସହ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଆକ୍ରମଣକୁ ଏକ ଆତଙ୍କୀ ଆକ୍ରମଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ଟ୍ବିଟ୍‌ କରି ମୋଦି ଲେଖିଛନ୍ତି, ‘‘ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣରେ ମୁଁ ଗଭୀର ଭାବେ ଆଶ୍ଚର୍ଯ୍ୟ ଚକିତ । ଆକ୍ରମଣରେ କ୍ଷତିଗ୍ରସ୍ତ ପୀଡିତ ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଆମର ସମବେଦନା ଓ ପ୍ରାର୍ଥନା ରହିଛି । ଏପରି କଠିନ ସମୟରେ ଇସ୍ରାଏଲ ସହ ଭାରତ ଛିଡା ହୋଇଛି ।’’

ଆଜି ସକାଳୁ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଥିଲେ । ଏଥିରେ ଏବେ ସୁଦ୍ଧା ୨୫ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହେବା ସହ ୫ଶହରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସହରରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଇସ୍ରାଏଲର ଯୁଦ୍ଧ ଘୋଷଣା ସତ୍ତ୍ବେ ମଧ୍ୟ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ କିଛି ଇସ୍ରାଏଲୀ ସହରରେ ପ୍ରବେଶ କରି ଗୁଳିମାଡ କରିଥିବା ସୂଚନା ସାମ୍ନାକୁ ଆସିବାରେ ଲାଗିଛି । କିଛି ଇସ୍ରାଏଲୀ ନାଗରିକଙ୍କୁ ଆତଙ୍କବାଦୀମାନେ ଅପହରଣ ମଧ୍ୟ କରିନେଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହା ମଧ୍ୟ ପଢନ୍ତୁ :- We Are At War: ନେତାନ୍ୟାହୁଙ୍କ ନିର୍ଦ୍ଦେଶ ପରେ ଅପରେସନ ‘ଆଇରନ ସୋର୍ଡ’ ଆରମ୍ଭ, ଭାରତୀୟଙ୍କ ପାଇଁ ଗାଇଡଲାଇନ ଜାରି

ଗୋଟିଏ ପଟେ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଅପରେସନ ସହ ପାଲଟା ଆକ୍ରମଣ ମଧ୍ୟ ଜାରି ରଖିଛି ଇସ୍ରାଏଲ ସେନା । ସମଗ୍ର ଦେଶରେ ଜରୁରୀ ସ୍ଥିତି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆକ୍ରମଣକାରୀଙ୍କୁ ଚରମ ଚେତାବନୀ ଦେଇସାରିଛନ୍ତି । ଆକ୍ରମଣକାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଇସ୍ରାଏଲ କୌଣସି ସାମରିକ ଅପରେସନ ନୁହେଁ ବରଂ ଯୁଦ୍ଧ ଆରମ୍ଭ କରିସାରିଛି । ଏଥିରେ ଇସ୍ରାଏଲ ବିଜୟୀ ହେବା ନେଇ ନେତାନ୍ୟାହୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details