ଓଡିଶା

odisha

By

Published : Feb 13, 2021, 8:48 PM IST

ETV Bharat / bharat

ସିନ ରିକ୍ରିଏଟ ପାଇଁ ଦୀପ ସିଦ୍ଧୁ ଓ ଇକବାଲ ସିଂକୁ ନେବ ଦିଲ୍ଲୀ କ୍ରାଇମବ୍ରାଞ୍ଚ

ରାଜଧାନୀ ଦିଲ୍ଲୀରେ ଜାନୁୟାରୀ 26 ତାରିଖରେ ଟ୍ରାକ୍ଟର ରାଲିବେଳେ ଭିଡ ହିଂସା ସୃଷ୍ଟି କରିବା ଓ ଉସୁକାଇବା ମାମଲାରେ ଦୀପ ସିଦ୍ଧୁ ଓ ଇକବାଲ ସିଂକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପୋଲିସ ଅଧିକ ତଦନ୍ତ ପାଇଁ ଘଟଣାର ସିନ ରିକ୍ରିଏଟ ପାଇଁ ଶନିବାର ଦିଲ୍ଲୀ ଲାଲକିଲ୍ଲାକୁ ନେଇଛନ୍ତି । ଅଧିକ ପଢନ୍ତୁ...

Deep Sidhu, Ikbal Singh taken to Red Fort to recreate crime scene
ସିନ ରିକ୍ରିଏଟ ପାଇଁ ଦୀପ ସିଦ୍ଧୁ ଓ ଇକବାଲ ସିଂ କୁ ନେବ ଦିଲ୍ଲୀ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ସିନ ରିକ୍ରିଏଟ ପାଇଁ ଦୀପ ସିଦ୍ଧୁ ଓ ଇକବାଲ ସିଂ କୁ ନେବ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ । ରାଜଧାନୀ ଦିଲ୍ଲୀରେ ଜାନୁୟାରୀ 26 ତାରିଖରେ ଟ୍ରାକ୍ଟର ରାଲିବେଳେ ଭିଡ ହିଂସା ସୃଷ୍ଟି କରିବା ଓ ଉସୁକାଇବା ମାମଲାରେ ଦୀପ ସିଦ୍ଧୁ ଓ ଇକବାଲ ସିଂକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପୋଲିସ ଅଧିକ ତଦନ୍ତ ପାଇଁ ଘଟଣାର ସିନ ରିକ୍ରିଏଟ ପାଇଁ ଶନିବାର ଦିଲ୍ଲୀ ଲାଲକିଲ୍ଲାକୁ ନେଇଛନ୍ତି ।

ଦିଲ୍ଲୀରେ ଟ୍ରାକ୍ଟରେ ରାଲିବେଳେ ଲାଲକିଲ୍ଲାରେ ଚାଷୀଙ୍କୁ ଉସୁକାଇ ସହ ଚାଷୀ ସଂଗଠନର ପତାକା ଲଗାଇବା ଏବଂ ହିଂସା ସୃଷ୍ଟି କରି ନିଜ କବଜାକୁ ନେଇଥିଲେ । ଏହାକୁ ଷଡଯନ୍ତ୍ର କରି କରାଯାଇଥିବା ପୋଲିସ ସନ୍ଦେହ କରିଛନ୍ତି । ଦୀପ ସିଦ୍ଧୁ ପଞ୍ଜାବରେ ଚଳଚିତ୍ରରେ ଅଭିନୟ କରିବା ସହ ସେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ସାମିଲ ହେଉଥିଲେ । ଚାଷୀ ଆନ୍ଦୋଳନ ସମୟରେ ସେ ଆନ୍ଦୋଳନ ସ୍ଥଳରେ ଯୋଗ ଦେବା ଯୋଗୁଁ ବହୁ ମାତ୍ରାରେ ଚାଷୀ ଯୁବକ ଆକୃଷ୍ଟ ହୋଇ ଆନ୍ଦୋଳନରେ ସାମିଲ ହେଉଥିଲେ । ଏହା ପରେ ସେ ସୋସିଆଲ ମିଡିଆରେ ମଧ୍ୟ ଚାଷୀ ଆନ୍ଦୋଳନ ବିଷୟରେ ପ୍ରଚାର କରୁଥିଲେ । ସେହିପରି ପଚିଶ ବର୍ଷ ବୟସ୍କ ଇକବାଲ ସିଂ ଲୁଧିଆନାର ବାସିନ୍ଦା ଅଟନ୍ତି । ସେ ପଞ୍ଜାବୀ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁ ଏବଂ ଅନ୍ୟମାନଙ୍କ ସହ ଟ୍ରାକ୍ଟର ରାଲିରେ ଅଂଶଗ୍ରହଣ କରିଥିଲେ ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲା। ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପୋଲିସକୁ ଧମକ ଦେବା ସହ ବିକ୍ଷୋଭକାରୀଙ୍କୁ ଉତ୍ତେଜନା ସୃଷ୍ଟି କାରୀ ଭାଷା ପ୍ରୟୋଗ କରିଥିଲେ ।

ଲାଲ କିଲ୍ଲାରେ ହିଂସା ପରେ ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା । ସମସ୍ତ ଆନ୍ଦୋଳନକାରୀ ଫେରାର ହୋଇଯାଇଥିଲେ । ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁ, ଯୁଗରାଜ ସିଂ, ଗୁରୁଜତ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ପାଇଁ ପ୍ରତ୍ୟେକଙ୍କୁ 1 ଲକ୍ଷ ଟଙ୍କା ଟଙ୍କା ଘୋଷଣା କରିଥିଲା । ସେହିପରି ଜଗବୀର ସିଂ, ବୁଟା ସିଂ, ସୁଖଦେବ ସିଂ ଏବଂ ଇକବାଲ ସିଂଙ୍କୁ 50,000 ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହି ହିଂସାରେ ପୋଲିସ ସମେତ ଅତି କମରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details