ଓଡିଶା

odisha

ETV Bharat / bharat

ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର - 2022 ଖେଳ ରତ୍ନ ପୁରସ୍କାର ଘୋଷଣା

ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର । 2022 ବର୍ଷ ପାଇଁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପାଇଁ ୨୬ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

ଦୀପଗ୍ରେସ୍‌ ପାଇବେ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର
ଦୀପଗ୍ରେସ୍‌ ପାଇବେ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର

By

Published : Nov 14, 2022, 9:12 PM IST

ନୂଆଦିଲ୍ଲୀ: ଓଡିଶା ପାଇଁ ଗୌରବର ଦିନ । ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର । ଓଡ଼ିଆ ମହିଳା ହକି ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର । ଓଡିଶାର ଦ୍ବିତୀୟ ମହିଳା ହକି ଖେଳୀ ଭାବେ ଦୀପଗ୍ରେସ୍ ଏକ୍କା ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର ପାଇବେ । ପୂର୍ବରୁ ପ୍ରଥମ ମହିଳା ହକି ଖେଳାଳୀ ଭାବେ ଜ୍ୟୋତି ସୁନୀତା କୁଲୁଙ୍କୁ 2007 ମସିହାରେ ଅର୍ଜୁନ ପୁରସ୍କାର ମିଳିଥିଲା ।

2022 ବର୍ଷ ପାଇଁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପାଇଁ ୨୬ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଘୋଷଣା ହୋଇଥିବା ୨୫ ଜଣିଆ ତାଲିକାରେ ଓଡ଼ିଆ ହକି ତାରକା ଦୀପଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି । ସେହିଭଳି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବିଭିନ୍ନ ବର୍ଗର କ୍ରୀଡ଼ ପ୍ରଶିକ୍ଷକ ବା କୋଚ୍‌ଙ୍କ ୬ ଜଣିଆ ତାଲିକା ଘୋଷଣା ହୋଇଛି । ଏହି କ୍ରମରେ ଧ୍ୟାନଚାନ୍ଦ ଜୀବନବ୍ୟାପୀ ପୁରସ୍କାର ପାଇଁ ୪ ଜଣଙ୍କ ନାମ ଘୋଷଣା ହୋଇଛି ।

ଦୀପଗ୍ରେସ୍‌ ଏକ୍କାଙ୍କ ସହ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷତା ଲାଭ କରିଥିବା ଅନ୍ୟ ୨୪ ଜଣ ଅର୍ଜୁନ ପୁରସ୍କାର ପାଇବେ । ସେହିଭଳି ଟେବୁଲ ଟେନିସ୍‌ ପେଡ୍‌ଲର ଶରତ କମଲ ଅଚନ୍ତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେବେ । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୨

କେବଳ ଟେବୁଲ ଟେନିସ୍‌ ପେଡ୍‌ଲର ଶରତ କମଲ ଅଚନ୍ତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେବେ ।

ଅର୍ଜୁନ ପୁରସ୍କାର ୨୦୨୨

  1. ଅମିତ, ବକ୍ସିଂ
  2. ଦୀପଗ୍ରେସ ଏକ୍କା, ହକି
  3. ସୀମା ପୁନିଆ, ଆଥଲେଟିକ୍ସ
  4. ଏଲଢୋସ୍‌ ପାଉଲ, ଆଥଲେଟିକ୍ସ
  5. ଅବିନାଶ ମୁକୁନ୍ଦୁ ସାବ୍ଲେ, ଆଥଲେଟିକ୍ସ
  6. ଲକ୍ଷ୍ୟ ସେନ୍‌, ବ୍ୟାଡମିଣ୍ଟନ
  7. ପ୍ରଣୟ ଏଚ୍‌ଏସ୍‌, ବ୍ୟାଡମିଣ୍ଟନ
  8. ନିଖତ ଜରିନ, ବକ୍ସିଂ
  9. ଭକ୍ତି ପ୍ରଦୀପ କୁଲକର୍ଣ୍ଣୀ, ଚେସ୍‌
  10. ଆର୍‌. ପ୍ରଗ୍ନନନ୍ଧା, ଚେସ୍‌
  11. ଶୁଶିଲା ଦେବୀ, ଜୁଡୋ
  12. ସାକ୍ଷୀ କୁମାରୀ, କବାଡି
  13. ନୟନ ମଣି ସାଇକିଆ, ଲନ୍‌ ବଲ୍‌
  14. ସାଗର କୈଳାସ ଓଭ୍‌ହଲକର, ମଲଖମ୍ବ
  15. ଏଲାଭିଭେନିଲ୍‌ବଲରିଭାନ୍‌, ସୁଟିଂ
  16. ଓମ୍‌ ପ୍ରକାଶ ମିଥ୍ରଭାଲ୍‌, ସୁଟିଂ
  17. ଶ୍ରୀଜା ଆକୁଲା, ଟେବୁଲ ଟେନିସ୍‌
  18. ବିକାଶ ଠାକୁର, ଭାରୋତ୍ତଳନ
  19. ଅଂଶୁ, କୁସ୍ତିଯୁଦ୍ଧ
  20. ସରିତା, କୁସ୍ତିଯୁଦ୍ଧ
  21. ପ୍ରବୀଣ, ଉଷୁ
  22. ମାନସୀ ଗୀରିଶଚନ୍ଦ୍ର ଜୋଶୀ, ପାରା ବ୍ୟାଡମିଣ୍ଟନ
  23. ତରୁଣ ଢିଲନ୍‌, ପାରା ବ୍ୟାଡମିଣ୍ଟନ
  24. ସ୍ବପ୍ନିଲ୍‌ ସଞ୍ଜୟ ପାଟିଲ୍‌, ପାରା ସ୍ବିମିଂ
  25. ଜର୍ଲିନ୍‌ ଅନିକା ଜେ, ଶ୍ରବଣବାଧିତ ବ୍ୟାଡମିଣ୍ଟନ

ଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୨୨

  1. ଜୀବନଜୋତ୍‌ ସିଂହ ତେଜା, ତୀରନ୍ଦାଜୀ କୋଚ୍‌
  2. ମହମ୍ମଦ ଅଲି କମାର, ବକ୍ସିଂ କୋଚ୍‌
  3. ସୁମା ସିଦ୍ଧାର୍ଥ ଶିରୁର୍‌, ପାରା ସୁଟିଂ କୋଚ୍‌
  4. ସୁଜିତ ମାନ୍‌, କୁସ୍ତିଯୁଦ୍ଧ କୋଚ୍‌

ଦ୍ରୋଣାଚାର୍ଯ୍ୟ ଜୀବନବ୍ୟାପୀ ପୁରସ୍କାର ୨୦୨୨

  1. ଦୀନେଶ ଜୱାହର ଲାଡ୍‌, କ୍ରିକେଟ ପ୍ରଶିକ୍ଷକ
  2. ବିମଳ ପ୍ରଫୁଲ ଘୋଷ, ଫୁଟ୍‌ବଲ୍‌ ପ୍ରଶିକ୍ଷକ
  3. ରାଜ୍‌ ସିଂହ, କୁସ୍ତିଯୁଦ୍ଧ ପ୍ରଶିକ୍ଷକ

ଧ୍ୟାନଚନ୍ଦ ଜୀବନବ୍ୟାପୀ କ୍ରୀଡ଼ା ସମ୍ମାନ ୨୦୨୨

  1. ଅଶ୍ବିନ ଆକ୍କୁଢଞ୍ଜି ସି, ଆଥ୍‌ଲେଟିକ୍ସ
  2. ଧାରମବୀର ସିଂହ, ହକି
  3. ବସି ସୁରେଶ, କବାଡ଼ୀ
  4. ନୀର ବାହାଦୁର ଗୁରୁଙ୍ଗ୍‌, ପାରା ଆଥଲେଟିକ୍ସ

ABOUT THE AUTHOR

...view details