ନୂଆଦିଲ୍ଲୀ: ଦେଶରେ ବିସ୍ଫୋରକ ସ୍ଥିତି ଉତ୍ପନ୍ନ କରିଛି ମହାମାରୀ । ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏଭଳି ଜଟିଳ ସମୟରେ କେନ୍ଦ୍ର ସରକାର ସାରା ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ସିବଲ । ରବିବାର କେନ୍ଦ୍ରରେ ଏନେଇ ଦାବି କରିଛନ୍ତି କପିଲ ସିବଲ । ଏହାସହ ଦେଶରେ ହେଉଥିବା ନିର୍ବାଚନ ରାଲି ଆଦିକୁ ମଧ୍ୟ ବନ୍ଦ ନେଇ ଘୋଷଣା କରିବାକୁ ନିର୍ବାଚନ ଆୟୋଗଙ୍କୁ କପିଲ ସିବଲ ଅନୁରୋଧ କରିଛନ୍ତି।
ସେ ଟ୍ବିଟ କରି କହିଛନ୍ତି ଯେ, " କୋଭିଡ ସଂକ୍ରମଣ ଦ୍ରୃତଗତିରେ ବଢୁଛି। ଯାହାକୁ ନେଇ ମୋଦିଜୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ । ନିର୍ବାଚନ ଆୟୋଗ: ନିର୍ବାଚନ ସମାବେଶରେ ରାଲି ବନ୍ଦ ନେଇ ଘୋଷଣା କରନ୍ତୁ ... ଏବଂ କୋର୍ଟ: ଲୋକଙ୍କ ଜୀବନ ରକ୍ଷା କରନ୍ତୁ"।