ଓଡିଶା

odisha

ETV Bharat / bharat

ଖୁବ ଶିଘ୍ର ଗୋଆରେ ଖୋଲିବ ସ୍କୁଲ - ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

କୋରୋନା ମହାମାରୀଠାରୁ ଦେଶରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ । ତେବେ ଆସନ୍ତା ଦୁଇଦିନ ଭିତରେ ଗୋଆରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

Decision on resumption of Goa schools soon: CM
ଆସନ୍ତା ଦୁଇଦିନ ଭିତରେ ଗୋଆରେ ସ୍କୁଲ ଖୋଲିବାକୁ ନିଷ୍ପତି

By

Published : Nov 2, 2020, 2:31 PM IST

ପାନାଜୀ: କୋରୋନା ସମୟରୁ ଦେଶରେ ବନ୍ଦ ରହିଥିଲା ସମସ୍ତ ଶିକ୍ଷାନୁଷ୍ଠାନ । ତେବେ କୋରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ଗୋଆରେ ଆସନ୍ତା ଦୁଇ ଦିନ ଭିତରେ ବିଦ୍ୟାଳୟଗୁଡିକୁ ପୁନଃ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର ।

ମଙ୍ଗଳବାର ଅଥବା ଗୋଟିଏ ଦିନ ପରେ ବିଦ୍ୟାଳୟଗୁଡିକୁ ପୁନଃ ଖୋଲାଯିବାର ପ୍ରକ୍ରିୟା ଶେଷ ହୋଇଥିବା ସୋମବାର କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ କେରୋନା ମହାମାରୀ ପାଇଁ ବନ୍ଦ ଥିବା ସ୍କୁଲଗୁଡିକୁ ଖୋଲିବା ପାଇଁ ଏକ କମିଟି ଗଠନ ହୋଇଥିଲା । ଯେଉଁଥିରେ ଶିକ୍ଷା ବିଶେଷଜ୍ଞ, ଶିକ୍ଷା ବିଭାଗର ଅଧିକାରୀ ତଥା ପ୍ରଧାନଶିକ୍ଷକ ଏବଂ ଅଭିଭାବକ ଶିକ୍ଷକ ସଂଘର ପ୍ରତିନିଧୀମାନେ ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ସ୍କୁଲଗୁଡିକୁ ଖୋଲିବା ପାଇଁ ମତାମତ ଦେଇଥିଲେ ।

ଶିକ୍ଷାନୁଷ୍ଠାନଗୁଡିକୁ ଖୋଲିବା ପାଇଁ ଶିକ୍ଷା କ୍ଷେତ୍ରର ଅଧିକାରୀଙ୍କଠାରୁ ମତାମତ ନେବା ପରେ ଏକ ତାରିଖ ସ୍ଥିର କରିବାକୁ କମିଟିକୁ ଦାୟିତ୍ବ ଦିଆଯାଇଛି । ଆଗାମୀ 2021-22ଶିକ୍ଷାବର୍ଷ ପାଇଁ ନୂତନ ଶିକ୍ଷା ନୀତି 2021 ନିଯୁକ୍ତ କରାଯିବ ।

ଏକ ସରକାରୀ ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ 30 ପ୍ରତିଶତ ଛାତ୍ରଛାତ୍ରୀ ବିଶେଷକରି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ସଂଯୋଗୀକରଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଯାହା ତାଙ୍କୁ ଅନଲାଇଲ ପାଠ ପଢିବାରେ ବାଧା ସୃଷ୍ଟି କରିଥିଲା ।

@IANS

ABOUT THE AUTHOR

...view details