ଓଡିଶା

odisha

By

Published : Feb 20, 2021, 7:32 PM IST

ETV Bharat / bharat

ଦିଶା ରବିଙ୍କ ଜାମିନ ରାୟ ସଂରକ୍ଷିତ, 22 ରେ ଘୋଷଣା

ଆଜି କୃଷକ ଆନ୍ଦୋଳନ ମାମଲାରେ ଗିରଫ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଅଧିକ ପଢନ୍ତୁ...

ଦିଶା ରବି ସଂରକ୍ଷିତଙ୍କ ଜାମିନ ରାୟ ସଂରକ୍ଷିତ, 22 ରେ ଘୋଷଣା
ଦିଶା ରବି ସଂରକ୍ଷିତଙ୍କ ଜାମିନ ରାୟ ସଂରକ୍ଷିତ, 22 ରେ ଘୋଷଣା

ନୂଆଦିଲ୍ଲୀ: ଆଜି କୃଷକ ଆନ୍ଦୋଳନ ମାମଲାରେ ଗିରଫ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଆସନ୍ତା 23 ରେ ଜାମିନ ଆବେଦନ ଉପରେ କୋର୍ଟ ରାୟ ପ୍ରଦାନ କରାଯିବା ନେଇ ସ୍ଥିର କରାଯାଇଛି । ଗିରଫ ପରେ 19 ତାରିଖରେ ଦିଶା ରବିଙ୍କୁ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ଶୁଣାଣି ସମୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ମାମଲାରେ ସହ-ଅଭିଯୁକ୍ତ ଶାନ୍ତନୁଙ୍କୁ 22 ଫେବୃଆରୀରେ ପଚରାଉଚରା ପାଇଁ ଡକାଯାଇଛି। ସେ କହିଛନ୍ତି ଯେ ଏହି ମାମଲାରେ ନିକିତା ଏବଂ ଶାନ୍ତନୁ ମଧ୍ୟ ଅଭିଯୁକ୍ତ ଅଛନ୍ତି । ଦିଶା ରବିଙ୍କୁ ଅନ୍ୟ ସହ-ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଜେରା କରିବାକୁ ପଡିବ ବୋଲି କହିଛି ।

ଅଭିଯୋଗ ଅନୁସାରେ ଆନ୍ତର୍ଜାତୀୟ ପରିବେଶ କାର୍ଯ୍ୟକର୍ତ୍ତା ଦିସା ରବି ନିଜ ଟ୍ୱିଟର ଆକାଉଣ୍ଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଏହାକୁ ସାମ୍ନାକୁ ଆସିଥିଲା। ଏହା ପରେ ପୋଲିସ ଫେବୃଆରୀ 4 ରେ ଏକ ଏଫଆଇଆର ପଞ୍ଜିକରଣ କରିଥିଲା। ବଦନାମ, ଅପରାଧିକ ଷଡଯନ୍ତ୍ର ଏବଂ ଘୃଣାଭାବ ପାଇଁ ଦିଲ୍ଲୀ ପୋଲିସ ଭାରତୀୟ ଦଣ୍ଡ ସଂହିତା ଧାରା 124A, 120A ଏବଂ 153A ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details