ଓଡିଶା

odisha

By

Published : Jan 9, 2022, 5:56 PM IST

ETV Bharat / bharat

ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ

ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ । ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଡିସେମ୍ବର ୨୬ କୁ ବିରବଲ ଦିବସ ଭାବେ ପାଳିବ ଦେଶ
ଡିସେମ୍ବର ୨୬ କୁ ବିରବଲ ଦିବସ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ: ଚଳିତ ବର୍ଷ ଠାରୁ ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବଲ ଦିବସ ଭାବେ ପାଳିବ ଦେଶ । ଆଜି ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଭାବେ ଏହି ଦିବସକୁ ଦେଶବ୍ୟାପି ପାଳନ କରାଯିବ ।

ଗୁରୁ ଗୋବିନ୍ଦଜ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ଦୁଇ ମହାନ ଆତ୍ମା ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ସ୍ବୀକାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ତେଣୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ଓ ଅନୁକରଣୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ (ପ୍ରକାଶ ପର୍ବ) ଅବସରରେ ଶିଖ ସମ୍ପ୍ରଦାୟ ଓ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଜୀବନ ଏବଂ ବାର୍ତ୍ତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଦେବା ସହ ସଶକ୍ତ କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:-Guru Gobind Singh jayanti: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ସେହିପରି ସେ ଏହି ମହାନ ଅବସରର ଏକ ଅଂଶୀଦାର ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଟ୍ବିଟ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଶିଖ ସମ୍ପ୍ରଦାୟର ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details